ନ୍ୟୁଜ୍

କୋରୋନା ମାଡ଼, କମିଲା ସୁନା ଓ ରୂପା ଦର

Gold

ଅର୍ଗସ ବ୍ୟୁରୋ:  ଭାରତୀୟ ସୁନା ବଜାରରେ କୋରୋନା ମାଡ଼ । ଫଳରେ କମିଲା ସୁନା ଓ ରୂପା ଦର । କୋରୋନା ଭାଇରସର ପ୍ରଭାବ ଷ୍ଟକ ମାର୍କେଟରେ ପଡ଼ିବା ହେତୁ ଭାରତୀୟ ସୁନା ବଜାରରେ ମୂଲ୍ୟ ହ୍ରାସ ଘଟିଛି । ସୁନା ୧୦ଗ୍ରାମ ପିଛା ୨ହଜାର ହ୍ରାସ ପାଇଥିବା ବେଳେ ରୂପା କିଲୋଗ୍ରାମ ପିଛା ୬ହଜାରୁ ଅଧିକ ହ୍ରାସ ପାଇଛି । ତେବେ ବର୍ତ୍ତମାନ ସୁନା ମୂଲ୍ୟ ୧୦ଗ୍ରାମ ପିଛା ୪୦ହଜାର ଟଙ୍କାକୁ ତଳକୁ ଖସି ଆସିଛି ।

ସେହିପରି କିଛି ଅର୍ଥନିତିଜ୍ଞଙ୍କ କହିବା ଅନୁଯାୟୀ ଷ୍ଟକ୍ ମାର୍କେଟରେ ସେନ୍‌ସେକ୍ସ ପ୍ରତିଦିନ ତଳକୁ ଖସୁଥିବାରୁ ନିବେଶକମାନେ ନଗଦ ଆବଶ୍ୟକତା ପୂରଣ କରିବା ପାଇଁ ସୁନାକୁ କମ୍ ଦାମ୍‌ରେ ବିକ୍ରି କରୁଛନ୍ତି  । ଯାହାଫଳରେ ଏଭଳି ସ୍ଥିତି ଦେଖା ଦେଇଛି । ସେହିପରି ଷ୍ଟକ ମାର୍କେଟରେ ସୁନା ମୂଲ୍ୟ ୨ହଜାର୨୨ ଟଙ୍କା ହ୍ରାସ ପାଇଛି । ପୂର୍ବ ସପ୍ତାହରେ ୧୦ ଗ୍ରାମ ପିଛା ୪୨ ହଜାର ୧୭ ଟଙ୍କା ଥିବାବେଳେ ଏବେ ଏହା ୧୦ ଗ୍ରାମ ପିଛା ୩୯,୫୭୦ ଟଙ୍କାକୁ ଖସି ଆସିଛି ।

ଏଥି ସହିତ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୪୩ହଜାର ୮୫ ରୁ ୬୪୪୫ ଟଙ୍କା ହ୍ରାସ ପାଇ ୩୬ହଜାର ୬୪୦ ଟଙ୍କାରେ ପଂହଚିଛି । ତେବେ ମାର୍କେଟର ଏଭଳି ମାନ୍ଦାବସ୍ଥା ଯୋଗୁଁ ନିବେଶକ ମାନେ ସୁନାକୁ କମ୍ ଦାମରେ ବିକ୍ରି କରୁଥିବା ଯୋଗୁଁ ସୁନାଦାର ଲଗାତାର ଭାବେ ହ୍ରାସ ଘଟୁଛି । ତେଣୁ ଆଗାମୀ ଦିନରେ ଯଦି ସୁନା ଦର ଏଭଳି ମାତ୍ରାରେ ହ୍ରାସ ପାଏ, ତେବେ ବ୍ୟବସାୟୀ ମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top