ଅପରାଧ

ଗୁଡ୍‌ମର୍ଣ୍ଣିଂ ମେସେଜ୍‌ର ରିପ୍ଲାଏ ଦେବାରୁ ଯୁବକଙ୍କୁ ହତ୍ୟା

ଅର୍ଗସ ବ୍ୟୁରୋ:  ଗୁଡ୍‌ମର୍ଣ୍ଣିଂ ମେସେଜ୍‌ ଦେବା ହେଲା କାଳ ।  ସକାଳୁ ଏକ ଗୁଡ଼୍‌ମର୍ଣ୍ଣିଂ ମେସେଜ୍‌ ରିପ୍ଲାଏ ଦେବାରୁ ଯୁବକଙ୍କୁ ନିଜ ଜୀବନ ହରାଇବାକୁ ପଡିଛି । ଏହିପରି ଏକ ହୃଦୟବିଦାରକ  ଘଟଣା ଘଟିଛି ଝାଡଖଣ୍ଡର ହଜାରିବାଗ ସହରର କଟକମଦାଗ ଥାନା ଅଞ୍ଚଳରେ । ଏହି ଅଞ୍ଚଳର ଜଣେ ଯୁବକ ସୁଲ୍‌ତାନା ଗାଁର ରହୁଥିବା  ମହିଳାଙ୍କ ମେସେଜ୍‌ର  ରିପ୍ଲାଏ ଦେଇଥିଲେ । ଯେଉଁଥିରେ ରାଗିଯାଇ ମହିଳାଙ୍କ ସ୍ୱାମୀ ଉକ୍ତ ଯୁବକଙ୍କୁ ଛୁରୀରେ ଭୁଶି ହତ୍ୟା କରିଛି। ହତ୍ୟା କରାଯାଇଥିବା ଯୁବକଙ୍କ ନାମ ମ.ସଲମାନ ଅଂସାରୀ(ବୟସ 24) ।

ଯୁବକଙ୍କ ପରିବାର ଲୋକଙ୍କ କହିବାନୁଯାୟୀ  ସଲମାନଙ୍କ 15 ଦିନ ହେବ ବିବାହ ହୋଇଥିଲା । ପରିବାର ଲୋକେ ଅଭିଯୋଗ ଲଗାଇଛନ୍ତି ଯେ  ଦୁଇ ଦିନ ପୂର୍ବରୁ ବଡ଼କାଗାଁରେ ରହୁଥିବା  ଯୁବିତୀଙ୍କର ଏକ ଗୁଡମର୍ଣ୍ଣିଂ ମେସେଜ୍‌ ଆସିଥିଲା । ମୃତ ସଲମାନ ନିଜ ସ୍ତ୍ରୀର ସାଙ୍ଗ ଭାବି ମେସେଜ୍‌ର ରିପ୍ଲାଏ କରିଦେଇଥିଲେ । ସଲମାନର ସ୍ତ୍ରୀର ବାପଘର ମଧ୍ୟ ସୁଲତାନା ଗାଁରେ  ।

ଅଭିଯୁକ୍ତ ଯେତେବେଳେ ମେସେଜ୍‌ ଦେଖିଲା ତାର ସ୍ତ୍ରୀକୁ ଏ ମ୍ୟାସେଜ୍‌ ବିଷୟରେ ପଚରାଉଚରା କରିଥିଲା । ସ୍ତ୍ରୀ କହିଥିଲା ଯେ, ଏ ମେସେଜ୍‌ ମୋ ବାପ ଘର ପାଖରେ ରହୁଥିବା ସଲମାନର ।  ଏହା ପରେ ଅଭିଯୁକ୍ତ ସ୍ୱାମୀ ରାଗି ଯାଇ  ନିଜ ଭାଇ ଓ ଆଉ ଦୁଇ ଜଣଙ୍କ ସହ ଉକ୍ତ ଗାଁରେ ପହଞ୍ଚିଲା । ଏହି ଘଟଣାକୁ ସ୍ତ୍ରୀର ବାପଘର ଲୋକଙ୍କୁ ଜଣାଇଲା । ଏହାପରେ ସ୍ତ୍ରୀର ବାପା  ଏବଂ ଆଉ କିଛି ଲୋକଙ୍କ ସହ ସଲମାନଙ୍କ ଘରେ ପହଞ୍ଚି ଏ ସମ୍ପର୍କରେ ପଚରାଉଚରା କରିଥିଲା ଅଭିଯୁକ୍ତ ।

ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ତିବ୍ର ବିବାଦ ଉପୁଜିଥିଲା । ଯୁକ୍ତି ତର୍କ ଏତେ ମାତ୍ରାରେ ବଢିଯାଇଥିଲା ଯେ, ରାଗି ଯାଇ ଅଭିଯୁକ୍ତ ଜଣଙ୍କ ସଲମାନଙ୍କ ଉପରେ  ଛୁରୀରେ ଆକ୍ରମଣ କରିଦେଇଥିଲା । ସଲମାନ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲା । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ବାକି ଲୋକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ସଲମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ପରେ ଚିକିତ୍ସା ସମୟରେ ସଲମାନଙ୍କ ମୃତ୍ୟୁ ଘଟିଥିଲା ।  ଏହି ଘଟଣାରେ ମାମଲା ରୁଜୁ କରି  ପୋଲିସ ତଦନ୍ତ ଜାରୀ ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top