ଦେଶ

ଆଜିର ଡୁଡୁଲରେ ମାସ୍କର ଆବଶ୍ୟକତା ବାର୍ତ୍ତା

ଅର୍ଗସ ବ୍ୟୁରୋ : କୌଣସି ସଚେତନତା ବାର୍ତ୍ତା କିମ୍ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୁଗୁଲ ତାର ଡୁଡୁଲ ପ୍ରସ୍ତୁତ କରେ। ପ୍ରାୟ ପ୍ରତି ଦିନ ଯେକୌଣସି ସ୍ମୃତି ଉଦ୍ଦେଶ୍ୟରେ ଗୁଗୁଲ ନୂଆ ନୂଆ ଡୁଡୁଲ ତିଆରି କରିଥାଏ। ତେବେ ଗୁଗୁଲର ଆଜିର ଡୁଡୁଲରେ କରୋନା ପ୍ରତି ସଚେତନ ରହି ମାସ୍କର ଆବଶ୍ୟକତାକୁ ରେଖାଙ୍କିତ କରାଯାଇଛି।

ସାରା ବିଶ୍ଵ କରୋନା ସଙ୍କଟ ଦେଇ ଗତି କରୁଛି। ମହାମାରୀ କରୋନା ଭୂତାଣୁ କବଳରେ ସାରା ବିଶ୍ଵ। ଏହି ମଧ୍ୟରେ ଲୋକମାନଙ୍କୁ ମାସ୍କର ଆବଶ୍ୟକତା ବୁଝାଇବାକୁ ଯାଇ ଗୁଗୁଲ ଏକ ଖାସ୍ ଡୁଡୁଲ ପ୍ରସ୍ତୁତ କରିଛି। ଯେଉଁଥିରେ ଲୋକମାନଙ୍କ ମାସ୍କ କେତେ ଜରୁରୀ, ଏହାର ସୂଚନା ଦିଆଯାଇଛି। ଏତଦ୍ ବ୍ୟତୀତ କରୋନା ଭୂତାଣୁ ଠାରୁ ବର୍ତ୍ତିବା ପାଇଁ ଡୁଡୁଲରେ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ୱିୟର ଏ ମାସ୍କ, ସେଭ୍ ଲାଇଫ୍ ବାର୍ତ୍ତା ଦିଆଯାଇଛି। ଯାହାର ଅର୍ଥ ମାସ୍କ ପିନ୍ଧନ୍ତୁ, ଲୋକଙ୍କ ଜୀବନ ବଞ୍ଚାନ୍ତୁ। ୱିୟର ଏ ଫେସ୍ କଭର, ୱାସ୍ ୟୋର ହ୍ୟାଣ୍ଡସ୍, କିପ ଏ ସେଫ୍ ଡିଷ୍ଟାନ୍ସ କୁହାଯାଇଛି। ଯାହାର ଅର୍ଥ ଫେସ୍ କଭର ପିନ୍ଧନ୍ତୁ, ହାତ ଧୁଅନ୍ତୁ, ସାମାଜିକ ଦୂରତ୍ଵ ରଖନ୍ତୁ।

ଏହା ପୂର୍ବରୁ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଥିଲା। ଡାକ୍ତର, ନର୍ସ, ଡିଭରି ଷ୍ଟାଫ, କୃଷକ, ଶିକ୍ଷକ, ବିଶେଷଜ୍ଞ, ସଫେଇ କର୍ମଚାରୀ, ବିପତ୍ତିକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲା ଗୁଗୁଲ। ଏହି କରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ମହାମାରୀ ବିରୋଧରେ ଲଢେଇ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top