ଦେଶ

ଦେଶର ନୂତନ CAG ହେଲେ ଗିରିଷ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ: ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର ନୂଆ କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ(ସିଏଜି)ହେବା ନେଇ ଘୋଷଣା ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗିରୀଶ ଚନ୍ଦ୍ର ମୁର୍ମୁ ଏହି ଦାଇତ୍ୱ ନେବା ପୂର୍ବରୁ ବୁଧବାର ଜମ୍ମୁକଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପରେ ଏହା ଗ୍ରହଣ ହୋଇଥିଲା।

370 ଉଚ୍ଛେଦ ପରେ ସେ ଗତ ବର୍ଷ ଅକ୍ଟୋବରରେ ଜମ୍ମୁ-କଶ୍ମୀର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ।
ସେ ରାଜୀବ ମହର୍ଷିଙ୍କ ସ୍ଥାନ ନେବେ। ରାଜୀବଙ୍କୁ 2017 ମସିହାରେ CAG ଭାବେ ନିଯୁକ୍ତି ଦିଆଯାଇଥିଲା  । ତାଙ୍କର କାର୍ଯ୍ୟକାଳ ତିନି ବର୍ଷ ପର୍ଯ୍ୟନ୍ତ ରହିଥିଲା। 60 ବର୍ଷିୟ ଗିରିଶ ଚନ୍ଦ୍ର ମୁର୍ମୁ ଜଣେ 1985 ବ୍ୟାଚ୍ ର IAS ଅଧିକାରୀ | ସେ ଗୁଜୁରାଟ କ୍ୟାଡରର ଜଣେ ଅଧିକାରୀ। ଜିସି ମୁର୍ମୁ ଅକ୍ଟୋବର 31, 2019 ରେ ଜାମ୍ମୁ କାଶ୍ମୀରର ପ୍ରଥମ LG ଭାବରେ ଦାୟିତ୍। ଗ୍ରହଣ କରିଥିଲେ।

ରାଜସ୍ଥାନ କ୍ୟାଡରର 1978 ବ୍ୟାଚ୍ ଆଇଏଏସ୍ ଅଧିକାରୀ ରାଜୀବ ମହର୍ଷି ସିଏଜି ଦାଇତ୍ୱ ନେବା ପୂର୍ବରୁ ଗୃହ ସଚିବ ଭାବରେ କାର୍ଯ୍ୟ କରିଥିଲେ। ସେ 2017 ରେ CAG ଭାବରେ ନିଯୁକ୍ତ ହୋଇ ଶଶିକାନ୍ତ ଶର୍ମାଙ୍କ ସ୍ଥାନ ନେଇଥିଲେ। ରାଜୀବଙ୍କ କାର୍ଯ୍ୟକାଳ ପ୍ରାୟ ତିନି ବର୍ଷ ଥିଲା। ଛଅ ବର୍ଷ ପାଇଁ ଏହି ପଦରେ ଜଣେ ରହି ପାରିବ। କିନ୍ତୁ ଅଗଷ୍ଟ 8 ରେ ରାଜୀବଙ୍କୁ 65 ବର୍ଷ ହେଉଥିବାରୁ ସେ ଏହି ପଦରେ ଆଉ ରହି ପାରିବେ ନାହିଁ।।

Click to comment

Leave a Reply

Your email address will not be published. Required fields are marked *

Most Popular

To Top