ଟେକ୍ନୋଲୋଜି

ବିମାନ ଉଡାଣ ସମୟରେ ଯାତ୍ରୀଙ୍କୁ ଓ୍ୱାଇ-ଫାଇ ସେବା, ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିମାନ ଉଡାଣ ସମୟରେ ଯାତ୍ରୀମାନଙ୍କୁ ଓ୍ୱାଇ-ଫାଇ ସେବା ।  କେନ୍ଦ୍ର ସରକାର ଏନେଇ  ସୋମବାର ଦିନ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅଧିସୂଚନାରେ କୁହାଯାଇଛି ଯେ, ବିମାନ ଉଡାଣ ଭରିବା ସମୟରେ  ଯେତେବେଳେ  ଲ୍ୟାପଟପ, ସ୍ମାର୍ଟଫୋନ୍‌, ଟ୍ୟାବଲେଟ୍‌, ସ୍ମାର୍ଟଓ୍ୱାଚ୍‌,  ଇ-ରିଡର ବା କୌଣସି ଅନ୍ୟ ଉପକରଣ ଫ୍ଲାଇଟ୍‌ ମୋଡ ଅର୍ଥାତ୍‌  ଏୟରପ୍ଲେନ୍‌  ମୋଡ ଥିବା ସମୟରେ  ପାଇଲଟ୍‌  ବିମାନରେ  ଥିବା ଯାତ୍ରୀମାନଙ୍କୁ  ଓ୍ୱା-ଫ୍ୱାଇ ମାଧ୍ୟମରେ ଇଣ୍ଟରନେଟ୍‌ ବ୍ୟବହାର କରିବା  ପାଇଁ ଅନୁମତି ପ୍ରଦାନ କରିବେ । ତେବେ ଯାତ୍ରୀମାନଙ୍କ ପାଇଁ  ଏହି ସୁବିଧା ପୂର୍ବରୁ ଉପଲବ୍ଧ ନଥିଲା । ବିମାନ ଯାତ୍ରୀମାନଙ୍କ ପାଇଁ ଭାରତରେ ଏହି ଓ୍ୱାଇ-ଫ୍ୱାଇ ସୁବିଧାକୁ ମୋଦି ସରକାର ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top