X
Breaking News
ନ୍ୟୁଜ୍

ମିଳୁନି ସରକାରୀ ସହାୟତା, ପଲିଥିନ ତଳେ ବିତୁଛି ଜୀବନ

kalahandi

କଳାହାଣ୍ଡି: ଗରିବ ଖଟିଖିଆଙ୍କ ପାଇଁ ତିଆରି ହେଉଛି ଅନେକ ଯୋଜନା । ମାତ୍ର ଅନେକ ସମୟରେ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ଏହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରୁ ବଞ୍ଚିତ ହୋଇ ପଲିଥିନ୍ ତଳେ ଜୀବନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଚିଚିଆ ଗାଁର ଲଖିଧର ଅଘ୍ରିଆ । ମାନସିକ ବିକାର ଗ୍ରସ୍ତ ସ୍ତ୍ରୀ ଓ ୪ ପୁଅ ଝିଅଙ୍କୁ ନେଇ ଝାଟିମାଟିର ଭଙ୍ଗା ଘରେ ବିତୁଛି ଲଖିଧରଙ୍କ ଜୀବନ ।  ଦିନ ମଜୁରି କରି ପରିବାର ପ୍ରତିପୋଷଣ କରନ୍ତି ଲଖିଧର ।  ମୂଲ ଲାଗି ଯାହା କିଛି ରୋଜଗାର କରନ୍ତି ସେଥିରେ 6 ପ୍ରାଣୀ କୁଟୁମ୍ବ ଦୁଇ ଓଳି ଦୁଇମୁଠା ପେଟପୁର ଖାଇବାକୁ ପାଉନଥିବା ବେଳେ ଘର ତିଆରି କଥା ପଚାରେ କିଏ? ଏପରି ସ୍ଥଳେ  ଘରଟିଏ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ  ମଧ୍ୟ କେହି ତାଙ୍କର ଗୁହାରି ଶୁଣିନଥିବା କହିଛନ୍ତି ଲଖିଧର । ତେଣୁ ବାଧ୍ୟ ହୋଇ ପଲିଥିନ ତଳେ କାଟୁଛନ୍ତି ଦିନ । ସେପଟେ ଏନେଇ ପଞ୍ଜାୟତ ନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ତେବେ ଆସନ୍ତା ଆର୍ଥିକ ବର୍ଷରେ ଲଖିଧରଙ୍କୁ ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top