X
Breaking News
ଦେଶ

ଜମ୍ମୁ କଶ୍ମୀରରେ ପରିସ୍ଥିତି ସ୍ୱାଭାବିକ :୧୯ରୁ ଖୋଲିବ ସ୍କୁଲ୍‌

JK

ଅର୍ଗସ ବ୍ୟୁରୋ: ଜମ୍ମୁ କଶ୍ମୀରରେ ସ୍ୱାଭାବିକ ହେଉଛି ପରିସ୍ଥିତି । 370 ଉଚ୍ଛେଦ ଏବଂ ପ୍ରଦେଶକୁ ପୁନର୍ଗଠନ ପରେ ସଠାରେ ପରିସ୍ଥିତି ଉଦ୍‌ବେଗଜନକ ହୋଇଥିଲା । ବର୍ତ୍ତମାନ କିନ୍ତୁ ପରିସ୍ଥିତି ସ୍ୱାଭାବିକ ହେଉଛି ବୋଲି ରାଜ୍ୟପାଳ ସତ୍ୟପାଳ ମଲିକ  କହିଛନ୍ତି । ସଚିବାଳୟ ଏବଂ ଅନ୍ୟ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ମିଳିଥିବା ଖବର ଅନୁସାରେ ରାଜ୍ୟ ପ୍ରଶାସନ ଆସନ୍ତା ସୋମବାର ଠାରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ ଗୁଡିକୁ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।

ଜମ୍ମୁ କଶ୍ମୀରର ରାଜ୍ୟପାଳ ସତ୍ୟପଳ ମଲ୍ଲିକ ସଚିବାଳୟ ଏବଂ ସରକାରୀ କାର୍ଯ୍ୟାଳୟ ଗୁଡିକରେ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ପ୍ରତିବନ୍ଧକ ଗୁଡିକୁ କୋହଳ କରିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ନିର୍ଦ୍ଦେଶ ହୋଇ ନାହିଁ । ଧାରା ୩୭୦ ଉଚ୍ଛେଦ ପରେ ଘାଟିରେ ଅପ୍ରିତିକର ପରିସ୍ଥିତିକୁ ଏଡେଇବା ପାଇଁ ରାଜ୍ୟରେ ଟେଲିକମ ସେବା,  ସ୍କୁଲ ଏବଂ କଲେଜ ବନ୍ଦ ରହିଥିଲା ।  ତେବେ 19ଅଗଷ୍ଟରୁ ଜମ୍ମୁ କାଶ୍ମୀରରେ ସ୍କୁଲ୍‌ ଖୋଲିବା ନେଇ ଘୋଷଣା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top