ନ୍ୟୁଜ୍

କେନ୍ଦ୍ରୀୟ ଅନୁଦାନକୁ ନେଇ ମୁହାଁମୁହିଁ ହେଲେ ଶାସକ ବିରୋଧୀ

ଭୁବନେଶ୍ୱର: ଫେରିଲା ପୁରୁଣା ପ୍ରସଙ୍ଗ । ପୁଣି ଉଠିଲା କେନ୍ଦ୍ର ଅବହେଳାର ନାରା । କେନ୍ଦ୍ରୀୟ ଅନୁଦାନକୁ ନେଇ ମୁହାଁମୁହିଁ ହେଲେ ଶାସକ ବିରୋଧୀ । ଲାଗୁଛି ଯେମିତି କେନ୍ଦ୍ରୀୟ ଅବହେଳା ଭଳି ପ୍ରସଙ୍ଗକୁ ହାତଛଡା କରିବାକୁ ଚାହୁଁ ନାହିଁ ଶାସକ ଦଳ । ଯେଉଁଥିପାଇଁ କେନ୍ଦ୍ରୀୟ ଅବହେଳାକୁ କରିଛି ଜପାମାଳି । ଦିଲ୍ଲୀଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଓଡିଶା ଭବନରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ସହ ବେଶ୍ ଚତୁରତାର ସହ କେନ୍ଦ୍ରୀୟ ଅବହେଳା କଥା ଉଠାଇଛନ୍ତି ।

ଖାଲି ସେତିକି ନୁହେଁ  ଅଧିକାରୀମାନଙ୍କୁ 5-ଟିର ପାଠ ମଧ୍ୟ ପଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ନିକଟରୁ ବିଭିନ୍ନ ଯୋଜନାରେ 7 ହଜାର 5 ଶହ 44 କୋଟି ଟଙ୍କା ପାଇଥିବା ବେଳେ ଆହୁରି 6 ହଜାର କୋଟି ଟଙ୍କା ବାକି ରହିଛି ବୋଲି ପ୍ରେସ ବିଜ୍ଞପ୍ତି ଦ୍ବାରା ଦର୍ଶାଇଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମାହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଭଳି କିଛି କେନ୍ଦ୍ରୀୟ ସ୍କିମରେ ଅର୍ଥରାଶି ମିଳିନଥିବା ଦର୍ଶାଯାଇଛି ।

ତେବେ ଏହାକୁ ନେଇ ବିଜେପି କହିଛି ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ରାଜ୍ୟ ସରକାର ମିଥ୍ୟାର ସାହାର ନେଉଛନ୍ତି । ସରକାର ୟୁଟିଲାଇଜେସନ ସାର୍ଟିଫିକେଟ ଦେଇପାରୁନଥିବାରୁ ଅର୍ଥରାଶି ମିଳିବାରେ ବିଳମ୍ବ ହେଉଥିବ  ।

ଦେଖନ୍ତୁ ପୁରା ରିପୋର୍ଟ:

Click to comment

Leave a Reply

Your email address will not be published. Required fields are marked *

Most Popular

To Top