ଅପରାଧ

ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ

mbj

ମୟୂରଭଞ୍ଜ: ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଦୀର୍ଘ 20ବର୍ଷ ପରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ୧୯୯୯ ମସିହା ଜାନୁଆରୀ ୨୨ ତାରିଖ ଦିନ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମର ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ ଷ୍ଟେନ୍ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ଦାରା ସିଂ ଓ ତାର ସହଯୋଗୀ ମାନେ ପୋଡ଼ି ମାରିବା ଘଟଣାରେ ଜଣେ ଗିରଫ । ଦୀର୍ଘ ବର୍ଷ ପରେ ଫେରାର ଥିବା ଦାରା ସିଂ ର ଜଣେ ସହଯୋଗୀ ଅଭିଯୁକ୍ତ ବୁଦ୍ଧଦେବ ନାୟକକୁ କଲିକତାରୁ ସିବିଆଇ ର ଏକ ଟିମ୍ ଗିରଫ କରିଛି ।

ଠାକୁରମୁଣ୍ଡା ଥାନା ପୋଲିସ ସହାୟତାରେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିହା ଗ୍ରାମପଞ୍ଚାୟତର ନିଶ୍ଚିନ୍ତପୁର ଗ୍ରାମରୁ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ଘରୁ ଗିରଫ କରି ସିବିଆଇ ଟିମ୍ ଅଭିଯୁକ୍ତକୁ ଭୁବନେଶ୍ୱର ନେଇ ଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ସେତେବେଳେ ବୁଦ୍ଧଦେବ ନାୟକର ନାମ ନଥିବାବେଳେ, ହଠାତ ଏପରି 20ବର୍ଷ ପରେ ଧରା ପଡିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top