ରାଜ୍ୟ

ସବୁଜ ରଙ୍ଗର ଧଣ୍ଡ ସାପ ଉଦ୍ଧାର !

ଢେଙ୍କାନାଳ: ଘର ଭିତରେ ବିରଳ ସବୁଜ ରଙ୍ଗ ସାପ ।  ଢେଙ୍କାନାଳ ବନଖଣ୍ଡ ମହାବୀରରୋଡ ରେଞ୍ଜ ଅନ୍ତର୍ଗତ ଡିହଡୋଲ ସେକସନ ଅଧିନରେ ଥିବା ଡମଳ ଗାଁରେ ଦେଖିବାକୁ ମିଳିଛି ଏହି ବିରଳ ସାପ ।

ଗାଁର ବାନାମ୍ବର ବେହେରାଙ୍କ ଘର ଭିତରୁ ବିରଳ ପ୍ରଜାତିର ସବୁଜ ଧଣ୍ଡ  ସାପ ଉଦ୍ଧାର ହୋଇଛି। ସ୍ନେକ ହେଲ୍ପଲାଇନ ସଦସ୍ୟ ମନୋଜ ନାଏକ ଓ ପିଣ୍ଟୁ ଦେବତା ଗାଁରେ ପହଞ୍ଚି ଏହି ବିରଳ ସାପକୁ ଉଦ୍ଧାର କରିଛନ୍ତି ।

ଏହି ସାପ ଧଣ୍ଡ ପ୍ରଜାତିର କିନ୍ତୁ ଏହା ବିରଳ ହୋଇଥିବାରୁ ସାଧାରଣତଃ ଦେଖିବାକୁ ମିଳି ନଥାଏ । ସାପ ଟିକୁ ଉଦ୍ଧାର କରିବା ପରେ ପାଖ ଜଙ୍ଗଲରେ ଛାଡି ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top