X
Breaking News
ଅପରାଧ

ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ମୁହଁରେ ପରିସ୍ରା କଲେ ଜିଆରପି ଅଧିକାରୀ ! ଭିଡିଓ ଭାଇରାଲ

ଲକ୍ଷ୍ନୌ: ଦେଶରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଉପରେ ଆକ୍ରମଣ ବଢୁଛି । ବିଭିନ୍ନ ସମୟରେ ସାମ୍ବାଦିକଙ୍କ ଉପରେ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ ହେଉଥିବା ଖବର ସାମ୍ନାକୁ ଆସୁଛି ।

ଠିକ ସେହିଭଳି ଏକ ଅଭାବନୀୟ ଘଟଣା ଗତକାଲି ଉତ୍ତରପ୍ରଦେଶରେ ଘଟିଛି । ସୋମବାର ଦିନ ରାତିରେ ପଶ୍ଚିମ ୟୁପିର ଶାମଲିରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ।

ଏହାର ରିପୋର୍ଟିଂ କରିବା ପାଇଁ ନ୍ୟୁଜ ୨୪ ନ୍ୟୁଜ ଚ୍ୟାନେଲର  ଷ୍ଟ୍ରିଞ୍ଜର ଅମିତ ଶର୍ମା ଯାଇଥିବା ବେଳେ ଜିଆରପି ପୋଲିସ ତାଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି ।

କେବଳ ସେତିକି ନୁହେଁ ସେମାନେ ସାମ୍ବାଦିକଙ୍କୁ ଘରେ ବନ୍ଦ କରି ତାଙ୍କ ମୁହଁରେ ପରିସ୍ରା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏମିତିକି ତାଙ୍କୁ ବସଉଠ୍ କରାଯାଇଥିବା କହିଛନ୍ତି ନିଜେ ସାମ୍ବାଦିକ ଅମିତ ଶର୍ମା ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ  ୟୁପି ପୋଲିସ ଜିଆରପି ଏସଏଚଓ ରାକେଶ କୁମାର ଏବଂ କନଷ୍ଟେବଲ ସଞ୍ଜୟ ପାଓ୍ୱାରଙ୍କୁ ନିଲମ୍ୱିତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top