ଦେଶ

ଆସିଲା ଅନଲକ୍‌-2.0 ଗାଇଡଲାଇନ୍‌: ରାତି ୧୦ରୁ ସକାଳ ୫ ଯାଏଁ କର୍ଫ୍ୟୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କଲେ ଅନଲକ-2.0ର ଗାଇଡଲାଇନ୍‌ । କଣ୍ଟେନମେଣ୍ଟ ଜୋନ୍‌କୁ ବାଦ ଦେଲେ ଅନ୍ୟ ଅଞ୍ଚଳରେ ଲାଗୁ ହେବ ଅନଲକ୍‌-2.0 । କଣ୍ଟେନମେଣ୍ଟ ଜୋନରେ ଜୁଲାଇ 31 ଯାଏ ଲାଗୁ ରହିବ ଲକ୍‌ଡାଉନ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛି ।

ଅନଲକ୍‌-2.0 ଗାଇଡଲାଇନ୍‌

ଜୁଲାଇ ୩୧ ଯାଏ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

 ଜୁଲାଇ ୧୫ରୁ କୋଭିଡ ନିୟମ ମାନି ଚାଲିବ ତାଲିମ କେନ୍ଦ୍ର

ସାରା ଦେଶରେ ରାତି ୧୦ରୁ ସକାଳ ୫ଟା ଯାଏ ଲାଗୁ ହେବ କର୍ଫ୍ୟୁ

 ରାଜ୍ୟ ଭିତରେ ଓ ଅନ୍ତଃରାଜ୍ୟ ପରିବହନ ପାଇଁ ଦରକାର ନାହିଁ ଅନୁମତି

 ସର୍ବସାଧାରଣ ସ୍ଥାନରେ ପାନ, ଗୁଟ୍‌ଖା, ମଦ, ତମାଖୁ ସେବନ ନିଷିଦ୍ଧ

ମେଟ୍ରୋ, ବିମାନ ସେବା ବନ୍ଦ ରହିବ

ସିନେମା ହଲ, ବାର, ଜିମ ବନ୍ଦ ରହିବ

କଣ୍ଟେନମେଣ୍ଟ ଅଞ୍ଚଳ ସ୍ଥିର କରିବେ ଜିଲ୍ଲାପାଳ

ବସ୍‌, ଟ୍ରେନ୍‌ ଓ ବିମାନରୁ ଓହ୍ଲାଇ ଘରକୁ ଯାଉଥିବା ଲୋକଙ୍କୁ କୋହଳ

ଅଫିସ୍‌ ଓ କାରଖାନାରୁ ଫେରୁଥିବା ଲୋକଙ୍କ ପାଇଁ ବି କୋହଳ ହେବ ନିୟମ

ଅଫିସ୍‌ କର୍ମଚାରୀ ଯଥାସମ୍ଭବ ଘରେ ରହି କାର୍ଯ୍ୟ କରିବେ

କଡ଼ାକଡ଼ି ହେବ ମାସ୍କ ଓ ସାମାଜିକ ଦୂରତ୍ବ ନିୟମ

୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ପାଇଁ କଟକଣା

ନିହାତି ଦରକାର ନହେଲେ ବାହାରକୁ ନବାହାରିବା ଲାଗି ନିର୍ଦେଶ

Click to comment

Leave a Reply

Your email address will not be published. Required fields are marked *

Most Popular

To Top