ମନୋରଞ୍ଜନ

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମ ଦିନ, ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

akshya

ପୁରୀ:  ଆଜି ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମ ଦିନ । ଅକ୍ଷୟ କୁମାର ୫୩ ବର୍ଷରେ ଆଜି ପଦାର୍ପଣ କରିଥିବାବେଳେ ତାଙ୍କୁ ଶୁଭେଚ୍ଛାର ସୁଅ ବିଭିନ୍ନ ମହଲରୁ ଦିଆଯାଉଛି । ପୁରୀରେ ବାଲୁକା କଳା ମାଧ୍ୟମରେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳାଟିଏ ନିର୍ମାଣ କରିଛନ୍ତି । ଯେଉଁଥିରେ ଅକ୍ଷୟ କୁମାରଙ୍କ ପ୍ରତିକୃତିକୁ ସ୍ଥାନ ଦେଇଥିବାବେଳେ ‘ଏ ରୋଲ ମଡେଲ ହିରୋ ବାର୍ତା’ ରହିଛି ଏହି ବାଲୁକାକଳାରେ ।

ଅକ୍ଷୟ କୁମାର ସବୁବେଳେ ନିଜ ଅଭିନୟ ଓ କଳା ମାଧ୍ୟମରେ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥାନ୍ତି । ଏଥିପାଇଁ ଅକ୍ଷୟ କୁମାରଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି ବଲିଉଡରେ ଏବଂ ତାଙ୍କ ପ୍ରଶଂସକଙ୍କ ଭିତରେ । ତେବେ ଅଗାମୀ ଦିନରେ ସେ ଆହୁରି ସଫଳ ହୁଅନ୍ତୁ ଓ ଦୀର୍ଘଜୀବି ହୁଅନ୍ତୁ ବୋଲି ବାଲୁକାକଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top