ମନୋରଞ୍ଜନ

HappyBirthDay ସୋନୁ ସୁଦ, ରିଲ୍‌ ନୁହେଁ ରିଅଲ ଲାଇଫର ହିରୋ

sonu

ମୁମ୍ୱାଇ:  ଆଜି ଅଭିନେତା ସୋନୁ ସୁଦଙ୍କ ଜନ୍ମ ଦିନ । ସୋନୁ ପାଳୁଛନ୍ତି ଆଜି ତାଙ୍କର ୪୭ତମ ଜନ୍ମଦିନ । ତେବେ କରୋନା ସମୟରେ ହଜାର ହଜାର ପ୍ରବାସୀ ତଥା ଛାତ୍ରଛାତ୍ରୀ ଓ ଗରିବଙ୍କ ସେବାରେ ଲାଗି ସୋନୁ ସମସ୍ତଙ୍କ ପାଇଁ ରିଲ ନୁହେଁ ରିଅଲ ଲାଇଫର ହିରୋ ହୋଇଯାଇଛନ୍ତି । ଆଜି ଜନ୍ମ ଦିନ ଅବସରରେ ସୋନୁଙ୍କୁ ସବୁ ମହଲରୁ ଶୁଭେଚ୍ଛାର ଶୁଅ ଛୁଟୁଛି ।

୧୯୭୩ ଜୁଲାଇ ୩୦ରେ ପଞ୍ଜାବର ମୋଗାଠାରେ ଜନ୍ମ ନେଇଥିଲେ ସୋନୁ। ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ କରିଛନ୍ତି ସେ । ତେବେ କେବଳ ବଲିଉଡ ନୁହେଁ, ତେଲୁଗୁ, କନ୍ନଡ଼ ଓ ତାମିଲି ଫିଲ୍ମରେ ମଧ୍ୟ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି । ତେବେ ଜଣେ ଅଭିନେତା ହେବା ସହ ଏକାଧାରାରେ ସେ ଜଣେ ମଡେଲ୍ ଏବଂ ପ୍ରଡ୍ୟୁସର ମଧ୍ୟ।

୧୯୯୯ ସମିହାରେ ଫିଲ୍ମ ‘କଲ୍ଲାଜହର’ ଜରିଆରେ ସେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ବଲିଉଡରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ସହୀଦ ଏ ଆଜମ’। ଏଥିରେ ସେ ‘ଭଗତ ସିଂ’ଙ୍କ ଭୂମିକାରେ ବେଶ୍ ପ୍ରଶଂସା ସାଉଁଟିଥିଲେ । ତେବେ ପରଦା ଉପରେ ମୁଖ୍ୟତଃ ଭିଲେନ୍ ଚରିତ୍ରରେ ନଜର ଆସୁଥିବା ସୋନୁ ବାସ୍ତବ ଜୀବନରେ ସାଜିଛନ୍ତି ଅନେକଙ୍କ ସାହାରା ଏବଂ ଅନେକଙ୍କ ପାଇଁ ହିରୋ । କରୋନା କାଳରେ ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇ ସୋନୁ ପାଲଟିଛନ୍ତି ରିଅଲ୍ ହିରୋ। ଗରିବଙ୍କୁ ଖାଇବା ବଣ୍ଟନଠାରୁ ଆରମ୍ଭ କରି ବାହାରେ ଫସିଥିବା ଭାରତୀୟଙ୍କୁ ନିଜ ଘରକୁ ଫେରେଇ ଆଣିବାରେ ବିତୁଛି ତାଙ୍କ ଲକଡାଉନ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top