ଖେଳ

CSKକୁ ଆଉ ଏକ ଝଟକା; ଦଳରୁ ଓହରିଲେ ହରଭଜନ ସିଂ

ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗକୁ ଆଉ ଏକ ଝଟକା । ଇଣ୍ଡିଆନ ପ୍ରିମିୟମ ଲିଗ୍-2020ରୁ ଓହରି ଯାଇଛନ୍ତି ସ୍ପିନର ହରବଜନ ସିଂ । ସୁରେଶ ରାଇନା ଛାଡିବା ପରେ ହରବଜନ ଚେନ୍ନାଇ ସୁପର କିଙ୍ଗର ଦ୍ୱିତୀୟ ଖେଳାଳି ଯିଏ ଆଇପିଏଲରୁ ବାହାରି ଯାଇଛନ୍ତି । ହରବଜନ ସିଂ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲ ସିଜନ-13ରୁ ନିଜ ନାମ ଫେରାଇ ନେଇଛନ୍ତି ।
ଏହାକୁ ନେଇ ସେ ଚେନ୍ନାଇ ସୁପର କିଙ୍ଗର ପରିଚାଳନା କମିଟିକୁ ଦର୍ଶାଇ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହରଭଜନଙ୍କ କୌଣସି ଆନୁଷ୍ଠାନିକ ମତାମତ ପ୍ରକାଶ ପାଇନାହିଁ । ହରଭଜନ ସିଂ ଚେନ୍ନାଇ ସୁପର କିଙ୍ଗ ସହ ଦୁବାଇ ଯାଇନଥିଲେ । ପରେ ଦଳ ସହ ଯୋଡି ହେବେ ବୋଲି ସୂଚନା ମିଳିଥିଲା । ସୂଚନାଯୋଗ୍ୟ ଯେ, ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ସୁରେଶ ରାଇନା ଦୁବାଇରୁ ଫେରି ଆସିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top