ନ୍ୟୁଜ୍

ହରଫିସ୍ ଭାଇରସ୍‌ ଆତଙ୍କ: ୪ ମଲେଣି, ଆଉ ୪ ହାତୀ ଅଛନ୍ତି !

elephant dead

ଭୁବନେଶ୍ୱର: ହରଫିସ୍ ଭାଇରସ୍‌ ଆତଙ୍କ । ଗୋଟିଏ ପରେ ଗୋଟିଏ ହାତୀଙ୍କ ଜୀବନ ଅକାଳରେ ଚାଲିଯାଉଛି । 26 ଦିନରେ ନନ୍ଦନକାନରେ 4ଟି ହାତୀର ମୃତ୍ୟୁ ହୋଇସାରିଲାଣି । ଗତକାଲି ଏହି ଭାଇରସରେ ଆକ୍ରାନ୍ତ ଥିବା ହାତୀଛୁଆ ଗୌରୀ ଆଜି ଆଖିବୁଜିଛି । ଏହି ଘଟଣା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କର  ନିଦ ଭାଙ୍ଗିଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ସ୍ଥିତି ମୁକାବିଲା କରିବା ପାଇଁ କରାଯାଇଛି ରଣନୀତି । ଆଜି ନନ୍ଦନକାନନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା । ଏଥିରେ ନନ୍ଦନକାନନ ଟେକନିକାଲ କମିଟର ଚେୟାରମ୍ୟାନ୍‌ ଏସ୍‌କେ ରାୟ, ସିନିୟର ଭେଟନାରୀ ଡାକ୍ତର ଆଲୋକ କୁମାର ଦାସ, ଓୟୂଏଟି ଡାକ୍ତର ସୁଶେନ ପଣ୍ଡା, ଡେପୁଟି ଡାଇରେକ୍ଟର ଜୟନ୍ତ ଦାସ ଓ ଜେଏନ୍‌ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । 4ଟି ହାତୀ ମୃତ୍ୟୁ ପରେ କିଭଳି ଅନ୍ୟ ହାତୀଙ୍କୁ ଏହି ଭାଇରସ ଆକ୍ରାନ୍ତ ନ ହୁଏ ସେଥିପାଇଁ ଆମେରିକାର ଡି.ସ୍ମିଥ୍‌ ସୋନିଆନ୍ସ ରିସର୍ଚ୍ଚ ସେଣ୍ଟର ସହ ଯୋଗାଯୋଗ କରିବା ଓ କେରଳ, ଆସାମରୁ ବିଷେଶଜ୍ଞ ଟିମ୍‌ ଡକାଯାଇ ଭାଇରସକୁ କିଭଳି ରୋକାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।

ହରଫିସ୍‌ ଭାଇରସ୍‌ ସଂକ୍ରମଣରେ ପ୍ରଥମେ ଜୁଲି, ଚନ୍ଦନ ଓ କମଳା ପରେ ଆଜି ଗୌରୀର ମୃତ୍ୟୁ । ନନ୍ଦନକାନନରେ ହାତୀସଂଖ୍ୟା ଖସି ଏବେ 4ରେ ପହଁଚିଛି । ନନ୍ଦନକାନନରେ ଏବେ ପ୍ରେମା, ହୀରା, ବାସନ୍ତୀ ଓ ମାମା ହାତୀ ଅଛନ୍ତି । ସେମାନଙ୍କୁ ଯେଭଳି ଏହି ରୋଗ ଆକ୍ରାନ୍ତ ନ ହୁଏ ସେଥିପାଇଁ ଅଲଗା ଅଲଗା ସ୍ଥାନରେ ରଖାଯାଇଛି । ସମସ୍ତ ହାତୀଙ୍କ ରକ୍ତନମୁନା ଓୟୁଏଟିକୁ ପଠାଯାଇଛି । ହାତୀମାନଙ୍କୁ ସ୍ୱତନ୍ତ୍ର ଚିକିସା କରୁଥିବା ଏକ୍ସପର୍ଟ ଆସାମର ଡାକ୍ତର ଜି ମହେତା ଏବଂ କେରଳର ଡାକ୍ତର ଅରୁଣ କାଯାରିଆଙ୍କ ନିକଟକୁ ଆଣ୍ଟିଭାଇରାଲ୍‌ ଡ୍ରପ୍‌ ପରୀକ୍ଷା ପାଇଁ ପଠାଯାଇଛି । ମାରାତ୍ମକ ଭୁତାଣୁର କୌଣସି ଚିକିତ୍ସା ପଦ୍ଧତି ବାହାରି ନ ଥିବାରୁ ନନ୍ଦନକାନନରେ ଅନ୍ୟ 4ଟି ହାତୀଙ୍କୁ ଅଲଗା ଅଲଗା ରଖାଯାଇଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top