ଦେଶ

୨୨ରେ WHOର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଚଳିତ ମାସ ୨୨ରେ WHOର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ଡ. ହର୍ଷବର୍ଦ୍ଧନ କୋଭିଡ-୧୯ ମୁକାବିଲା ପାଇଁ ଭାରତରେ ଛିଡା ହୋଇଥିବା ଲୋକଙ୍କ ମଧ୍ୟରେ ଅନ୍ୟତମ । ହର୍ଷବର୍ଦ୍ଧନ ଜାପାନର ଡ. ହିରେକୀ ନକାତାନୀଙ୍କ ସ୍ଥାନ ନେବେ, ଯିଏ କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୩୪ ଜଣିଆ ସଦସ୍ୟ ବୋର୍ଡର ବର୍ତ୍ତମାନ ଅଧ୍ୟକ୍ଷ ପଦରେ ଅଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଠକରେ ଭାରତ ତରଫରୁ ଦିଆଯାଇଥିବା ନାମ ଡ. ହର୍ଷବର୍ଦ୍ଧନଙ୍କୁ ନିଯୁକ୍ତ କରିବା ପ୍ରସ୍ତାବ ମେ ମାସ ୧୯ରେ ୧୯୪ଟି ଦେଶ ପାରିତ କରିଛନ୍ତି । ମାତ୍ର ହର୍ଷବର୍ଦ୍ଧନଙ୍କ ପଦ ସମ୍ଭାଳିବା କେବଳ ଔପଚାରିକ ଥିଲା । ସେତେବେଳେ ନିଷ୍ପତ୍ତି ହୋଇଥିଲା ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ ଗ୍ରୁପ ପାଇଁ ଭାରତ ତରଫରୁ ନାମିତ ହେବେ । ଏଥିରେ ସର୍ବସମ୍ମତିରେ ଏହା ମଧ୍ୟ ନିର୍ଦ୍ଧାରଣ କରାଯାଇଥିଲା ଯେ, ଭାରତ ମେ’ ମାସ ଠାରୁ ହେବାକୁ ଥିବା ୩ ବର୍ଷର କାର୍ଯ୍ୟକାଳ ପାଇଁ ବୋର୍ଡରେ ରହିବ ।

ଏପଟେ ଭାରତରେ କୋରୋନା ଭାଇରସ ଭୂତାଣୁ ଯୋଗୁଁ ମୃତକଙ୍କ ସଂଖ୍ୟା ୩ ହଜାର ୩୦୩କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ସକାଳୁ ଏହି ସୂଚନା ଦିଆଯାଇଛି । ଭାଇରସରେ ୧ ଲକ୍ଷ ୬ ହଜାର ୭୫୯ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୬୧ ହଜାର ୧୪୯ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୪୨ ହଜାର ୨୯୭ ଜଣ । ବିଗତ ୨୪ ଘଣ୍ଟା ମଧ୍ୟରେ କେବଳ ୫ ହଜାର ୬୧୧ ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୪୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ଭାରତରେ ଏହା ଗୋଟିଏ ଦିନରେ ଏହା ସର୍ବାଧିକ ଆକ୍ରାନ୍ତ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top