ରାଜ୍ୟ

କରୋନା ଚିକିତ୍ସା: ଡେକ୍ସାମେଥାସୋନ ବ୍ୟବହାର ପାଇଁ ଅନୁମତି ଦେଲେ ସରକାର

ନୂଆଦିଲ୍ଲୀ: କୋରୋନା ରୋଗୀଙ୍କ ପାଇଁ ଆଶ୍ୱସ୍ତିର ଖବର  । କୋରୋନା ମୁକାବିଲାରେ ଫଳପ୍ରଦ ସାବ୍ୟସ୍ତ ହୋଇଛି ଷ୍ଟେରଏଡ୍ ।  ଯାହାର ନାଁ ହେଲା ଡେକ୍ସାମେଥାସୋନ ଔଷଧ । କରୋନା ଚିକିତ୍ସା ପାଇଁ ଏହା ହେବ ସଞ୍ଜିବନୀ । ଶସ୍ତା ଓ ଫଳପ୍ରଦ ଔଷଧ । ଯାହାକୁ ବ୍ୟବହାର କରିବାକୁ ଅନୁମତି  ମିଳିସାରିଛି  । ଭାରତ ସରକାର କୋରୋନା ଚିକିତ୍ସା ପାଇଁ ଏହି ମେଡିସିନର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

ଏହି ଔଷଧ ମିଥାଇଲ ପ୍ରେଡନିସୋଲୋନର ବିକଳ୍ପ ଭାବରେ କାର୍ଯ୍ୟ କରିବ । କୋରୋନା ଭୂତାଣୁରେ ଆକ୍ରାନ୍ତ ଥିବା ମଧ୍ୟମ ଏବଂ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଏହା ବ୍ୟବହାର କରାଯିବ  । କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସଂଶୋଧିତ ପ୍ରୋଟୋକଲ୍ ଜାରି କରିଛି । ଏଥିରେ କୁହାଯାଇଛି ଯେ ଅମ୍ଳଜାନ ସୂଚକାଙ୍କରେ ଦ୍ରୁତ ଅବନତି, ଇମେଜିଙ୍ଗରେ ଦ୍ରୁତ ଅବନତି ଏବଂ ଶରୀରର ଜ୍ୱଳନ ପ୍ରତିକ୍ରିୟାର ଅତ୍ୟଧିକ ସକ୍ରିୟତା ଥିବା ରୋଗୀଙ୍କ କ୍ଷେତ୍ରରେ ଏହା ବ୍ୟବହାର ହେବ ।

ପରାମର୍ଶ ଦିଆଯାଇଛି ଯେ ଦିନକୁ ମିଥାଇଲ ପ୍ରେଡନିସୋଲୋନ  1ରୁ 2 ଏମଜି ଡୋଜ୍ କିମ୍ବା ଡେକ୍ସାମେଥାସୋନର 0.2 ରୁ 0.4 ଏମଜି ଡୋଜ୍ ଦିଆଯିବ  । ଏଥିରୁ ଅଧିକ ଡୋଜ୍ ଯେପରି ନ ଦିଆ ହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ଏହି ପ୍ରୋଟକଲରେ କୁହାଯାଇଛି  ।  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଳାୟ ଏହି ପ୍ରୋଟକଲ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ପାଇଁ ଜାରି କରିଛନ୍ତି | ଗତ ମାସରେ କରୋନା ଲକ୍ଷଣର ତାଲିକାରେ ସଂଶୋଧନ କରାଯାଇଥିଲା  । ଗନ୍ଧ ଏବଂ ସ୍ୱାଦ ଅନୁଭବ ନକରିବାକୁ ମଧ୍ୟ କରୋନାର  ଲକ୍ଷଣରେ ଅନ୍ତର୍ଭୁକ୍ତ କରାଯାଇଥିଲା |

Click to comment

Leave a Reply

Your email address will not be published. Required fields are marked *

Most Popular

To Top