ନ୍ୟୁଜ୍

ଭଦ୍ରକ: ଅସହ୍ୟ ହେଉଛି ତାତି, ସେପଟେ ଥମୁନି ପାନୀୟ ଜଳ ସମସ୍ୟା

heatwave

ଭଦ୍ରକ: ସାରା ରାଜ୍ୟରେ ଏବେ ତାତି ବଢିବାରେ ଲାଗିଛି । ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ମଧ୍ୟ ଦିନକୁ ଦିନ ଉତାପ ବଢିବାରେ ଲାଗିଛି । ଖରା ବଢିବା ସହ ପାନୀୟ ଜଳ ସମସ୍ୟା ମଧ୍ୟ ବଢିଗଲାଣି । ଅସହ୍ୟ ହେଲାଣି ଗରମ ଓ ଗୁଳୁଗୁଳି । ହେଲେ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ ଖୋଲାଯାଇ ନାହିଁ ଜଳଛତ୍ର । ଏନଏସି ଅଂଚଳରେ ପଞ୍ଚାୟତ ମାନଙ୍କରେ ଜଳଛତ୍ର ଖୋଲା ଯାଇ ନ ଥିବାର ଅଭିଯୋଗ କରିଛନ୍ତି ଲୋକେ । ତେଣୁ ପିଇବା ପାଣି ପାଇଁ ପଥଚାରି ବହୁ ହଇରାଣ ହେଉଥିବାର ଦେଖିବାକୁ ମିଳିଛି । ଏମିତିକି ପଞ୍ଚାୟତ ମାନଙ୍କରେ ମଧ୍ୟ ଜଳଛତ୍ର ଖୋଲାଯାଇନଥିବା ଦେଖିବାକୁ ମିଳିଛି ।  ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି ତା’ସହ ଲୋକଙ୍କ ଯନ୍ତ୍ରଣା ମଧ୍ୟ ବଢିବାରେ ଲାଗିଛି । ଦିନ ୧୧ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି ଲୋକଙ୍କ ପାଇଁ । ରାସ୍ତାଘାଟ ଖାଁ ଖାଁ ଲାଗୁଛି । ଲୋକମାନେ ମୁଣ୍ଡରେ ଟୋପି ଓ ଗାମୁଛା ଘୋଡାଇ ବଜାରକୁ ବାହାରୁଥିବା ଦେଖିବାକୁ ମିଳିଛି ।

heat wave

ତାତିରୁ ଆଶ୍ୱସ୍ତି ପାଇବା ପାଇଁ ଲୋକମାନେ ନଦୀକୂଳ ଓ ଛାଇ ସ୍ଥାନରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ଏହା ଛଡା ଅତ୍ୟଧିକ ଗରମ ଅନୁଭୂତ ହେଉଥିବାରୁ ଲସି, ପଇଡ ଓ ଆଖୁରସ ଦୋକାନ ମାନଙ୍କରେ ଲୋକମାନଙ୍କର ଭିଡ ଜମୁଛି । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ତାତି ଅନୁଭୂତ ହେବ ବୋଲି ଲୋକମାନେ ଆଶଙ୍କା କରୁଛନ୍ତି । କାରଣ ଯେଉଁଭଳି ଭାବରେ ଦିନକୁ ଦିନ ଗାଁ ଓ ସହର ମାନଙ୍କରେ କଂକ୍ରିଟ ରାସ୍ତା ନିର୍ମାଣ ବଢିଚାଲିଛି ଏବଂ ଗଛକଟା ହେଉଛି, ବୃକ୍ଷ ରୋପଣ ଏକ ପ୍ରକାର ଠପ୍ ହୋଇଯାଇଛି । ଯାହା ପାଇଁ ଆଗାମୀ ଦିନରେ ଲୋକେ ତାତିର ଛଟପଟ ହେବେ ଏଥିରେ କିଛି ସନ୍ଦେହ ନାହିଁ ।

Heat Wave

ତେବେ ବର୍ତ୍ତମାନ ମେ’ ଶେଷ ସପ୍ତାହ ଚାଲୁଥିବା ବେଳ ତାତି ଜୁନ ଶେଷ ପର୍ଯ୍ୟନ୍ତ ହେବ ବୋଲି ଅନୁମାନ କରାଯାଉଛି । ଆଗକୁ ତାତି ଆହୁରି ବଢିବ । ତେଣୁ ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଜଳଛତ୍ର ଖୋଲିବାକୁ ଦାବି କରାଯାଇଛି। ଅନ୍ୟପଟେ ଏ ବାବଦରେ ଚାନ୍ଦବାଲି ବିଡିଓ କହିଛନ୍ତି ଜଳଛତ୍ର ଖୋଲାଯିବାକୁ ନିର୍ଦ୍ଦେଶ ଦିଆଯାଇଛି  । ଏହା ସହ ଗାଁ ମାନଙ୍କରେ ଯେମିତି ଲୋକମାନେ ପିଇବା ପାଣି ପାଇପାରିବେ ସେଥିପ୍ରତି ମଧ୍ୟ ସଜାଗ ରହିଥିବା କଥା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top