ନ୍ୟୁଜ୍

ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ତାତିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ତାତି ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ କରୁଛି। ସପ୍ତାହେ ହେଲା ସକାଳ 9ଟାରୁ 4ଟା ଯାଏଁ ଟାଣ ଖରା ହେଉଥିବା ଦେଖିବାକୁ ମିଳୁଛି। ଗତ ଗୁରୁବାର ରାଜ୍ୟର ୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ଏ ସମସ୍ତ ଅଞ୍ଚଳ ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଛି । ସୋନପୁରରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ୍‌, ବଲାଙ୍ଗିର ତାପମାତ୍ରା ୪୦.୫, ଟିଟିଲାଗଡ଼ ୪୦.୨, ମାଲକାନଗିରି ୪୦.୨, ଅନୁଗୁଳ ୪୦.୧, ତାଳଚେର ୪୦.୧, ବୌଦ୍ଧ ୪୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଅପରପକ୍ଷରେ ସମଗ୍ର ଉପକୂଳ ଅଞ୍ଚଳ ୪୦ ଡିଗ୍ରୀ ସେଲସିୟସ୍‌ ତଳେ ଥିଲା । କଟକ ତାପମାତ୍ରା ୩୯.୬, ଭୁବନେଶ୍ୱର ୩୯.୨, ପାରଳାଖେମୁଣ୍ଡି ୩୯, ଚାନ୍ଦବାଲି ୩୭.୫ ଡିଗ୍ରୀ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ ହୋଇଛି ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ତାତିରୁ ଆଶ୍ଵସ୍ତୀ ମିଳିପାରେ। ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇପାରେ । ଆଜି ମୟୂରଭଞ୍ଜ, କୋରାପୁଟ, ଗଜପତି, ରାୟଗଡ଼ା, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, କେନ୍ଦୁଝର, ନୟାଗଡ଼, ବାଲେଶ୍ୱରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ, ଏପରିକି କେତେକ ସ୍ଥାନରେ ବଜ୍ରପାତ ଆଶଙ୍କା ରହିଛି । ଏହି ସମୟରେ ଧୂଳିଝଡ଼ ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ଅଛି । ଏଭଳି ପାଗ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରହିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top