ନ୍ୟୁଜ୍

କମିଛି ବର୍ଷା, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ କୁହୁଡି

Fog

ପୁରୀ:  ଆଜି ସକାଳୁ ସକାଳୁ ସବୁଆଡ଼େ ଛାଇଯାଇଥିଲା କୁହୁଡ଼ିର ସମ୍ଭାର  । କୁହୁଡ଼ି ଭାର ସକାଳକୁ ଉପଭୋଗ କରିବାର ମଜା ସବୁଠାରୁ ନିଆରା  । ପ୍ରକୃତିର ଏ ମନୋଲୋଭା ଦୃଶ୍ୟ କେବଳ ଶୀତ ଦିନରେ ଦେଖିବାକୁ ମିଳୁଥିବାରୁ ଲୋକମାନେ ଚାହିଁ ରହିଥାନ୍ତି ।

ଆଜି ସକାଳୁ ପିପିଲି – ଜଟଣୀ ମୁଖ୍ୟ ରାସ୍ତା ଓ ପୁରୀ ଭୁବନେଶ୍ଵର ଜାତୀୟ ରାଜପଥ ସମେତ ପିପିଲି, ଡେଲାଙ୍ଗ ଆଦି ଅଞ୍ଚଳରେ ଦେଖିବାକୁ ମିଳିଥିଲା କୁହୁଡି । ଏହାର ପ୍ରଭାବରେ ରାସ୍ତା ଘାଟରେ ଚଳପ୍ରଚଳରେ ସାମାନ୍ୟ ଅସୁବିଧା ହୋଇଥିଲା । କୁହୁଡ଼ିର ମାତ୍ରା ଏତେ ଅଧିକ ଥିଲା ଯେ, ପାଖରୁ ମଧ୍ୟ ମୁହଁ କୁ ମୁହଁ ଦେଖା ଯାଉନଥିଲା । କୁହୁଡ଼ି ହେବା ଫଳରେ ଲୋକମାନେ ବାହାରକୁ ବାହାରି କୌଣସି କାମରେ ଜାଣିପାରୁନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top