ନ୍ୟୁଜ୍

ଦିଲ୍ଲୀ ଏନସିଆରରେ ରାତିସାରା ପ୍ରବଳ ବର୍ଷା, ଜଳାର୍ଣ୍ଣବ ହେଲା ରାସ୍ତାଘାଟ

ଅର୍ଗସ ବ୍ୟୁରୋ : ଗତକାଲି ରାତ୍ରୀ ସାରା ଦିଲ୍ଲୀ ଏନସିଆରରେ ମୁଶଳଧାରାରେ ବୃଷ୍ଟିପାତ ହୋଇଛି। ଫଳରେ ରାସ୍ତାଘାଟ ସବୁ ଜଳାର୍ଣ୍ଣବ ହୋଇଛି। ବହୁ ସ୍ଥାନରେ ପାଣି ଜମି ରହିଥିବାରୁ ଯାତାୟତରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେବେ ଦିଲ୍ଲୀ ଏନସିଆରରେ ଏବେବି କିଛି କିଛି ସ୍ଥାନରେ ବର୍ଷା ହେଉଛି।

ଏନସିଆରରେ ପ୍ରବଳ ବୃଷ୍ଟିପାତ କାରଣରୁ ରୋଡ ଗୁଡ଼ିକରେ ପାଣି ଜମି ରହିଛି। ଏହି କାରଣରୁ ଟ୍ରାଫିକ ସମସ୍ୟା ଉପୁଜିଛି। ତେବେ ଆସନ୍ତା 2 ଦିନ ଯାଏଁ ଏନସିଆରରେ ଆହୁରି ବର୍ଷା ସମ୍ଭାବନା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତା 2 ଦିନ ମଧ୍ୟରେ ଦିଲ୍ଲୀ, ନୋଏଡା, ଗ୍ରେଟର ନୋଏଡା, ଗୁରୁଗ୍ରାମ, ଗାଜିଆବାଦ, ଫରିଦାବାଦ, ପଲବଲ, ପାନିପତ ଏବଂ କରନାଲରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳରେ ଏବେ ସୁଦ୍ଧା ବର୍ଷା ଜାରି ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top