X
Breaking News
ନ୍ୟୁଜ୍

ବଲାଙ୍ଗିରରେ ବନ୍ୟା ବିତ୍ପାତ: ଘରେ ଭିତରେ ପଶିଲା ପାଣି, ଯୋଗା ଯୋଗ ବିଛିନ୍ନ

Flood

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ଼ ଅଞ୍ଚଳରେ ବନ୍ୟା ପ୍ରଭାବ । ଲଗାଣ ବର୍ଷା ଯୋଗୁଁ ପାଟଣାଗନ ଏବେ ଜଳମଗ୍ନ ! ପାଟଣାଗଡ଼ର ବିଭିନ୍ନ ଅଞ୍ଚଳ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।

ପାଟଣାଗଡ଼ ଅଞ୍ଚଳରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ  ବହୁଅସୁବିଧା ଦେଖାଦେଇଛି । ସହରରେ ଥିବା ତଳିଆ ଅଞ୍ଚଳ ସମଳେଇ ନଗରରେ ଲୋକଙ୍କ ଘରେ ପାଣି ପଶିଯାଇଛି । ଫଳରେ ଲୋକେ ଏବେ ଘର ଭିତରେ ରହିପାରୁ ନାହାନ୍ତି କି ବାହାରକୁ ବାହାରି ପାରୁ ନାହାନ୍ତି । ତେବେ ବର୍ଷା ହେଲେ ଏଭଳି ଅସୁବିଧାର ସମ୍ଭାବନା ଥିବାରୁ ପୂର୍ବରୁ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ । ହେଲେ ଏଭଳି ଅସୁବିଧା ପ୍ରତି କାହାରି ଦୃଷ୍ଟି ପଡ଼ୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ସେହିପରି ପାଟଣାଗଡ଼ ଖପ୍ରାଖୋଲ ରାସ୍ତାରେ ପଡ଼ୁଥିବା ଏକ ପୋଲ ଉପରେ 6 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଏହି ପୋଲ ଦେଇ ଗାଡ଼ି ମଟର ଯାଆ ଆସ କରିପାରୁ ନାହିଁ । ପୋଲର ଉଭୟ ପାଖରେ ଘଣ୍ଟା ଘଣ୍ଟା ଦରି ଗାଡ଼ି ମଟର ଅଟକି ରହିଛି ।

ଏହି ପୋଲକୁ ଅଧିକ ଉଚ୍ଚ କରିବା ପାଇଁ ବାରମ୍ବାର ଜିଲ୍ଳାପାଳଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ରାଜନେତାଙ୍କ ନିକଟରେ ସ୍ଥାନୀୟ ଲୋକ ନିବେଦନ କରିଛନ୍ତି । ହେଲେ ଏଥିପ୍ରତି କେହିବି ଗୁରୁତ୍ୱ ଦେଇନାହାନ୍ତି ।

ସେପଟେ ହରିଶଙ୍କରରେ ବନ୍ୟା ଜଳ ପ୍ରବାହିତ ହେତୁ ମାଟି ଅତଡ଼ା ଧସି ଯାଇଛି । ଲୋକେ ଆତଙ୍କିତ ରହିଛନ୍ତି । ସେହିଭଳି ବଲାଙ୍ଗିରର ଅନେକ ସ୍ଥାନ ଜଳମଗ୍ନ ରହିଥିବା ବେଳେ କାର୍‌ ସୋ’ରୁମ୍‌ ମଧ୍ୟ ବୁଡ଼ିଯାଇଥିବା ଦେଖାଯାଇଛି । କାର ଗୁଡ଼ିକ ପାଣିରେ ବୁଡ଼ି ସବୁ ନଷ୍ଟ ହୋଇଥିବା ସୂଚନା ମିିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top