More

ଟ୍ରକ୍‌ରୁ ହେଲପରଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର : ଟ୍ରକ୍‌ରୁ ହେଲପରଙ୍କ ମୃତଦେହ ଉଦ୍ଧାର । ଜଗତସିଂହପୁର ପାରାଦ୍ୱୀପ ସବଷ୍ଟେସନ ଛକ ନିକଟସ୍ଥ ବେଲ୍ଟଲାଇନ ମୁଣ୍ଡାପଡା ନିକଟରେ ଥିବା ଏକ ଟ୍ରକ୍ ରୁ ହେଲପରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବାବୁଲି ସିଂଙ୍କ ଘର ମଧ୍ୟ ସେହି ମୁଣ୍ଡାପଡାରେ। ସେ ଗତକାଲି ଡ୍ରାଇଭରଙ୍କ ସହିତ ସେହି ଗାଡିରେ ଆସି ମାଲ୍ ଅନଲୋଡିଂ କରିବା ପରେ ଗାଡି ବେଲ୍ଟଲାଇନ ନିକଟରେ ରଖି ଗାଡିରେ ଡ୍ରାଇଭର ଓ ସେ ଶୋଇଥିଲେ। ମାତ୍ର ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ତାଙ୍କ ପାଦରୁ ପ୍ରବଳ ରକ୍ତ ବାହାରିଥିବା ଦେଖିବାକୁ ମିଳିଛି। ଖବର ପାଇ ପାରାଦ୍ବୀପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ବେଳେ ଗାଡିର ଡ୍ରାଇଭର ଉପେନ୍ଦ୍ର ସିଂ ଙ୍କୁ ପଚରା ଉଚରା ଜାରି ରଖିଛି। ସାଇଣ୍ଟିଫିକ୍ ଟିମ୍ ଆସିଲେ ଗାଡିରୁ ମୃତଦେହ କଢାଯାଇ ବ୍ୟବଛେଦ ପାଇଁ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି। ଯେହେତୁ ଉଭୟ ଡ୍ରାଇଭର ଓ ହେଲପରଙ୍କ ଘର ସେହି ମୁଣ୍ଡାପଡା ରେ, ତେଣୁ  ଘଟଣାକୁ ନେଇ ବସ୍ତିରେ ଉତ୍ତେଜନା ଦେଖା ଦେଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top