ନ୍ୟୁଜ୍

ସରକାରୀ ସହାୟତା ଅପେକ୍ଷାରେ ହେମନ୍ତଙ୍କ ପରିବାର

ବରଗଡ଼: ଅର୍ଥାଭାବରୁ ଅଟକିଛି ଚିକିତ୍ସା । କାମ କରିବା ବେଳେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଝିଲିମିଣ୍ଡା ପଞ୍ଚାୟତ ଅଧିନ ରଙ୍ଗିଆ ଟିକ୍ରା ଗ୍ରାମର ହେମନ୍ତ ମେହେରଙ୍କ ଗୋଡ ଭାଙ୍ଗିଯାଇଛି । ଧାର ଉଧାର କରି ହେମନ୍ତ ନିଜର ଚିକିତ୍ସା କରାଇଥିଲେ ।

ବୁର୍ଲା ସରକାରୀ ମେଡିକାଲରେ ସେ ଗୋଡର ଅପରେସନ କରାଯାଇଥିଲା । ମାତ୍ର ଅଭାବରୁ ସେ ଅଧିକ ଚିକିତ୍ସା କରିନପାରିବାରୁ ଘରେ ବସିରହିଛନ୍ତି । ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ହେମନ୍ତଙ୍କ ପରିବାର ଏବେ ମାଗିଯାଚି ଚଳୁଛନ୍ତି । ଛଅ ମାସ ତଳେ ହେମନ୍ତ ରଙ୍ଗିଆ ଟିକ୍ରା ଗ୍ରାମର ଜଣଙ୍କ ଘରେ କାମ କରୁଥି କରୁଥିବା ସମୟରେ ନିଶୁଣି ଉପରୁ ଖସିପିଡ଼ି ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା ।

ଫଳରେ ଘର ମାଲିକ କିଛି ଟଙ୍କା ଦେଇ ବୁର୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ହେମନ୍ତ ନିଜେ ଶଶୁର ଘରୁ , ପଡ଼ୋଶୀଙ୍କଠୁ କିଛି ଟଙ୍କା ଧାର କରଜ କରି ଅପରେସନ କରାଇଥିଲେ ।

ଗୋଡ଼ରେ ଷ୍ଟିଲ ରଡ଼ ଲାଗିଥିବା ଯୋଗୁଁ ହେମନ୍ତ କାମ କରିପାରୁ ନାହାନ୍ତି । ସେପଟେ ତାଙ୍କ ସ୍ତ୍ରୀଙ୍କ ଦେହ ଭଲ ରହୁନଥିବାରୁ ସେ ମଧ୍ୟ କିଛି କାର୍ଯ୍ୟ କରିପାରୁ ନାହାନ୍ତି । ଗୋଟିଏ ପରିବାର ଦୁଇ ଜଣ ଅସୁସ୍ଥ ରହିବା ଏବଂ ଅର୍ଥାଭାବ କାରଣରୁ ଘର ଚଳାଇବା କଷ୍ଟ ହୋଇପଡ଼ିଛି । ତେଣୁ ସରକାରୀ ସହାୟତା ପାଇଁ ହେମନ୍ତ ଏବଂ ତାଙ୍କ ପରିବାର ଗୁହାରି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top