ଦେଶ

କୋରୋନା ମୁକାବିଲା: ଜାଣନ୍ତୁ କ୍ୱାରେଣ୍ଟାଇନର ଇତିହାସ ଓ ବ୍ୟବହାର ସମ୍ପର୍କରେ

ଅର୍ଗସ ବ୍ୟୁରୋ: ମହାମାରୀ କୋରୋନାକୁ ନେଇ ଏବେ ବିଶ୍ୱ ଚିନ୍ତାରେ । ସରାକରଙ୍କ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଥିବା ବେଳେ ଚିକିତ୍ସା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରୋଗୀମାନଙ୍କୁ ଆଇସୋଲେସନ ୱାର୍ଡରେ ରଖିବା ପାଇଁ ସୁବିଧା କରାଯାଉଛି । ତେବେ ଏହାରି ଭିତରେ ଏକ ଶବ୍ଦ ଶୁଣିବାକୁ ମିଳୁଛି କ୍ୱାରେଣ୍ଟାଇନ୍‌ । ପ୍ରକୃତରେ ଏହି କ୍ୱାରେଣ୍ଟାଇନ୍‌ର ଅର୍ଥ କଣ ଆଉ ଏହି ଶବ୍ଦ କେବେ ଓ କାହିଁକି ବ୍ୟବହାର କରାଯାଇଥିଲା ଆସନ୍ତୁ ଜାଣିବା ..

କ୍ୱାରେଣ୍ଟାଇନ୍‌ 1400 ଶତାବ୍ଦୀରେ ପ୍ରଥମ ବ୍ୟବହାର ହୋଇଥିଲା । ଏହି ଶବ୍ଦ ଲାଟିନ ଭାଷା କ୍ୱାଡ୍ରାଜିଣ୍ଟା ଏବଂ ଇଟାଲି ଶବ୍ଦ କ୍ୱାରାଣ୍ଟାର ସମାହାରରେ ସୃଷ୍ଟି ହୋଇଛି । ଏବେ ଏହି ଶବ୍ଦର ଅର୍ଥ 40 ପ୍ରକାର । 1400 ଶତାବ୍ଦୀରେ ୟୁରୋପରେ ଗିଲ୍ଟି ପ୍ଲେଗ୍‌ ଯାହାକି ବ୍ଲାକ୍‌ ଡେଥ୍‌ ନାମରେ ପରିଚିତ ମହାମାରୀର ରୂପ ନେଇଥିଲା । ଏହାର ଭୟାବହତା ଏତେ ଅଧିକ ଥିଲା ଯେ ଯୁରୋପର ଏକ ତୃତୀୟାଂଶ ଲୋକ ଏହାର ଶିକାର ହୋଇଥିଲେ । ସେତେବେଳେ ରାଗୁସାର ଅଧିକାରୀ ଟ୍ରେଣ୍ଟିନୋ ଲାଗୁ କରିବା ପାଇଁ ବିଲ୍‌ ପାସ୍‌ କରାଇଥିଲେ । ଏହି ବିଲ୍ ଜରିଆରେ ପ୍ଲେଗ ବ୍ୟାପୁଥିବା ସ୍ଥାନରୁ ଯେଉଁ ସବୁ ଜାହଜ ଆସୁଥିଲା ସେଗୁଡ଼ିକୁ 30 ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖାଯାଉଥିଲା । କୌଣସି ବ୍ୟକ୍ତିଙ୍କୁ ସେହି ସବୁ ଜାହଜ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳୁନଥିଲା ।

ଆଗାମୀ 80 ବର୍ଷ ପର୍ଯ୍ୟନ୍ତ ମାର୍ସିଲେ, ପିସା ଏବଂ ଅନ୍ୟ ସହର ଏହି ନିୟମକୁ ଆପଣାଇଥିଲେ । ପରେପରେ ଆଇସୋଲେସନର ସମୟ ସୀମା ବୃଦ୍ଧି କରି 40 ଦିନ କରିଦିଆଯାଇଥିଲା । ପରେ ଟ୍ରେଣ୍ଟିନୋର ନାଁ ପରିବର୍ତ୍ତନ କରି କ୍ୱାରେଣ୍ଟିନୋ କରାଗଲା ଯାହାକି ଏବେ କ୍ୱାରେଣ୍ଟାଇନ୍‌ କୁହାଯାଉଛି ।   40 ଦିନର ଅବଧିକୁ ନେଇ ଲୋକଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏହି ସଂଖ୍ୟାକୁ ନେଇ ବହୁ ସାଂସ୍କୃତିକ ଅର୍ଥ ଖୋଜାଗଲା । ବାଇବେଲରେ ଥିବା ବହୁ ଘଟଣାବଳୀ 40 ସହିତ ସମ୍ପର୍କିତ ଥିଲା । ଯେମିତି କି ଯୀଶୁ ରେଗିସ୍ତାନରେ 40 ଦିନ ଯାଏ ଥିଲେ ।

ତେବେ ଗିଲ୍ଟି ପ୍ଲେଗ୍‌ ବା ବ୍ଲାକ୍‌ ଡେଥ ସମୟରେ କ୍ୱାରେଣ୍ଟାଇନ୍‌ ଶବ୍ଦର ବ୍ୟବହାର ହୋଇଥିଲା । କିନ୍ତୁ ତା ପୂର୍ବରୁ ରୋଗୀଙ୍କୁ ଅଲଗା ରଖିବାର ପ୍ରକ୍ରିୟା ପ୍ରଚଳିତ ଥିଲା । ବାଇବେଲ ଅନୁସାରେ କୋଷ୍ଠରୋଗୀଙ୍କୁ ପୃଥକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଯାହାକୁ ଲାଜିରାଟୋ କୁହାଯାଉଥିଲା । ସେହିଭଳି 1878ରେ କାମଳ ବ୍ୟାପୁଥିବା ସମୟରେ ନ୍ୟାସନାଲ କ୍ୱାରେଣ୍ଟାଇନ୍‌ ଆକ୍ଟ ପାସ୍‌ କରାଯାଇଥିଲା । 1921 ବେଳକୁ କ୍ୱାରେଣ୍ଟାଇନ୍‌ ସିଷ୍ଟମ ପୂରା ରାଷ୍ଟ୍ରୀୟକରଣ ହୋଇସାରିଥିଲା । ଏହିଭଳି ଭାବେ କ୍ୱାରେଣ୍ଟାଇନ୍‌ ଶବ୍ଦର ବ୍ୟବହାର ହେଉଛି । କିଛି ବ୍ୟକ୍ତି ସେଲ୍ଫ କ୍ୱାରେଇଣ୍ଟାଇନ୍‌ ହେଉଥିବା ନେଇ ସୂଚନା ମିଳୁଛି । ଓଡ଼ିଶାରେ ଗଜପତି ମହାରାଜ ଏବଂ ପରିବାର ସ୍ୱ କ୍ୱାରେଇଣ୍ଟାଇନ୍‌ରେ ରହିଥିବା ନେଇ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top