ଜୀବନ ମନ୍ତ୍ର

ଡାଏଟିଂ କି ମେଡିସିନ୍ ନୁହେଁ ଲାଇପ୍ରୋସେସନ ଦ୍ୱାରା ସମ୍ଭବ !

fat

ଭୁବନେଶ୍ୱର: ସମସ୍ତେ ଚାହଁନ୍ତି ବୟସ ଯେତେ ବଢୁ । କିନ୍ତୁ ଆମେ ସବୁବେଳେ ୟଙ୍ଗ୍ ଆଉ ଫିଟ୍ ରହିବୁ  । ସୁନ୍ଦର ଦେଖାଯିବୁ । ଆଉ ଏଥିପାଇଁ ସ୍ଲିମ୍ ରହିବା ନିହାତି ଜରୁରୀ । ଫଳରେ ଅନେକ ନିଜ ଶରୀର ଉପରେ ଧ୍ୟାନ ଦେଇଥାନ୍ତି । ଖାସ କରି ଆଜିର ଆଧୁନିକ ଜୀବନଶୈଳୀ ଏବଂ ମସଲାଯୁକ୍ତ ଖାଦ୍ୟ ପାଇଁ ଆମେ ମୋଟାପଣର ଶିକାର ହୋଇଥାଉ । ଆଉ ଏହି ମୋଟାପଣ ବା ମେଦ ବହୁଳତାରୁ ମୁକ୍ତି ପାଇବା ପାଇଁ କେହି କେହି ଡାଏଟ ଫଲୋ କରନ୍ତି  ତ ଆଉ କେହି ନିତି ଜିମ୍ ଯାଆନ୍ତି ।

ଅନେକ ଲୋକ ବିଭିନ୍ନ ଟନିକ ଆଉ ମେଡିସିନ୍ ବି ଖାଇଥାନ୍ତି । କିନ୍ତୁ ଆମେ କହୁଛୁ, କି ଏହି ମୋଟାପଣ ଆପଣଙ୍କ ଚିନ୍ତାର କାରଣ ପାଲଟିଛି କି ? ଆଉ ଏହି ଚିନ୍ତାରୁ ଆପଣ ମୁକ୍ତି ଚାହୁଁଛନ୍ତି କି ? ତେବେ ନା ଡାଏଟ୍ ନା ମେଡିସିନ୍ । ଏଣିକି ଲାଇପ୍ରୋସେସନ ଦ୍ୱାରା ସବୁ ସମ୍ଭବ । ଲାଇପ୍ରୋସେସନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ମୋଟାପଣ କମିଯାଇପାରିବ ।

ତେବେ ବିଭିନ୍ନ ମେଡିକାଲରେ ଲାଇପ୍ରୋସେସନ କରାଯାଉ ଥିବାବେଳେ ପ୍ରଥମ ଥର ପାଇଁ ଓଡ଼ିଶାରେ ସମ ଅଲଟିମେଟ ମେଡି କେୟାରରେ ପାୱାର ଆସିଷ୍ଟ ଲାଇପ୍ରୋସେସନ ସୁବିଧା ରହିଛି । ଯାହାଦ୍ୱାରା ଖୁବ ସହଜରେ ଜଣେ ବ୍ୟକ୍ତିର ମୋଟାପଣ କମାଯାଇପାରିବ ।

ଲାଇପ୍ରୋସେସନ କଲେ ଆପଣଙ୍କୁ 30 ହଜାରରୁ 50 ହଜାର ଟଙ୍କା ଲାଗିପାରେ । ବିଶେଷ କରି 18 ବର୍ଷରୁ ଅଧିକ ଓ 50 ବର୍ଷରୁ କମ୍ ବୟସ ହୋଇଥିବା ବ୍ୟକ୍ତି ଏହି ଅପରେସନ କରାଇଲେ ରେଜଲ୍ଟ ଭଲ ଆସିଥାଏ । କାରଣ ଏହି ବୟସରେ ମଣିଷଙ୍କ ସ୍କିନର ଇଲାଷ୍ଟିକ ଭଲ ଥାଏ । ତେବେ ଲାଇପ୍ରୋସେସନ ହେଉଛି ଶରୀରର ଚମଡା ତଳେ ଥିବା ମୋଟାପଣକୁ ସର୍ଜରୀ ଦ୍ୱାରା କଢାଯାଇଥାଏ । ଯାହାର ଆମ ଶରୀର ଉପରେ ବିଶେଷ କିଛି ସାଇଡ୍ ଇଫେକ୍ଟ ନଥାଏ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top