X
Breaking News
ନ୍ୟୁଜ୍

ସ୍ୱାଧୀନତା ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପ୍ରାଇଭେଟ୍‌ ବିଲ୍ଡିଂ ଉପରେ ଜଗିବେ ପୋଲିସ

DGP BK sharma

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ରାଜ୍ୟସ୍ଥରୀୟ ପରେଡ୍‌ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ଏନେଇ ଡିଜିପି ବିକେ ଶର୍ମା ସୂଚନା ଦେଇଛନ୍ତି । ଆଜି ଡିଜିପିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ ଡିଜିପି ସୂଚନା ଦେଇଛନ୍ତି ଯେ, ଭିଭିଆଇପିଙ୍କ ସୁରକ୍ଷା ସମେତ ସାଧାରଣ ଲୋକଙ୍କ ସୁରକ୍ଷାକୁ ମଧ୍ୟ ସ୍ୱାଧୀନତା ଦିବସରେ ଗୁରୁତ୍ୱ ଦିଆଯିବ । ଅପ୍ରିତିକର ଘଟଣା ଆଶଙ୍କା ଥିବାରୁ ସବୁ SPଙ୍କୁ SOP ପାଳନ କରିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ସୁରକ୍ଷା ଦୃଷ୍ଟିରୁ ପ୍ରାଇଭେଟ୍‌ ବିଲଡିଂ ଉପରେ ମଧ୍ୟ ନଜର ରଖାଯାଉଛି । ପ୍ରାଇଭେଟ୍‌ ବିଲ୍ଡିଂ ଉପରେ ମଧ୍ୟ ପୋଲିସ ମୁତୟନ ରହିବେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେବେ ପ୍ରଥମ ଥର ପାଇଁ ନୂଆ ସ୍ଥାନରେ ଏବଂ ନୂଆ ଧରଣର ପରେଡ୍‌ ହେଉଥିବାରୁ ପୋଲିସଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ । ଚଳିତ ଥର ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଲୋୟର ପିଏମ୍‌ଜି ବଦଳରେ ପ୍ରଦର୍ଶନୀ ପଡ଼ିଆରେ ପାଳନ କରାଯାଉଛି । ପ୍ରାୟ 7 ରୁ 8 ହଜାର ଦର୍ଶକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି । ତେଣୁ ପାର୍କିଂ ପାଇଁ ମଧ୍ୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଖାଲି ସେତିକି ନୁହେଁ ଏଥର ମୁଭିଂ ପରେଡ୍‌ ହେବ ନାହିଁ ବୋଲି ସ୍ଥିର କରାଯାଇଛି । ଏହା ସହ କେବଳ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଦିଆଯାଇ ପରେଡ୍‌ ଶେଷ ହେବ । ପ୍ରଦର୍ଶନୀ ପଡ଼ିଆରେ ବିଭିନ୍ନ ସ୍ଥାନରେ ସିସିଟିଭି ମଧ୍ୟ ଲାଗିବ ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top