ଜୀବନ ମନ୍ତ୍ର

+3 ଆଡମିଶନ ପାଇଁ ଗାଇଡଲାଇନ୍‌ ଜାରି କଲା ଉଚ୍ଚଶିକ୍ଷା ବିଭାଗ

admission

ଭୁବନେଶ୍ୱର: କରୋନା ମହାମାରୀ ପ୍ରଭାବ ବିଶେଷ ଭାବେ ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିଛି । ପାଠ ପଢ଼ାଠୁ ପରୀକ୍ଷା ଓ ନୂତନ ଶିକ୍ଷା ବର୍ଷ ଆରମ୍ଭ ନେଇ ଦ୍ୱନ୍ଦ୍ୱରେ ଛାତ୍ରାଛାତ୍ରୀ ଓ ଅଭିଭାବକ । ଏହାରି ଭିତରେ +3 ଆଡମିଶନ ପାଇଁ ଗାଇଡଲାଇନ୍‌ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ ।

ତିନି ରାଉଣ୍ଡ ବିଶିଷ୍ଟ ଗୋଟିଏ ପର୍ଯ୍ୟାୟରେ ହେବ ଆଡ଼ମିଶନ। ସାମସ୍ ପୋର୍ଟାଲରେ ଛାତ୍ରଛାତ୍ରୀ ମାନେ ନିଜ ଫୋନ୍ ନମ୍ୱର୍ ଓ ଇମେଲ ଆଇଡି ଦେଇ, ଇ-ଆଡ଼ମିଶନ ଲାଗି ଆବେଦନ କରିବେ । ଆବେଦନ ସମୟରେ ଏଣିକି ଆଉ ମାର୍କ ସିଟ୍ କି ସାର୍ଟିଫିକେଟ ଅପଲୋଡ଼ କରିବାକୁ ପଡ଼ିବନି । ଆଡ଼ମିଶନ ସମୟରେ ଏସବୁ ଯାଞ୍ଚ କରାଯିବ ।

ସ୍ଲାଇଡ୍‌ ଅପ୍‌ ପ୍ରକ୍ରିୟାରେ ଭାଗ ନେବାକୁ ହେଲେ ଛାତ୍ରଛାତ୍ରୀମାନେ ଅନଲାଇନ ଫର୍ମରେ ଉଲ୍ଲେଖ କରିବେ । କଲେଜ୍ ଗୁଡିକ ସାମସ୍ ପୋର୍ଟାଲରେ ନିଜ ନିଜର ଆଡ଼ମିଶନ ଫି ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କଲେଜ୍ କର୍ତ୍ତୃପକ୍ଷ ଆଡ଼ମିଶନ ବାବଦରେ କ୍ୟାମ୍ପସରେ ପୋଷ୍ଟର ଲଗାଇ ସଚେତନ କରିବେ । ଏହାସହ ହେଲ୍ପ ଡେସ୍କ, ଇଣ୍ଟରନେଟ୍ କେନ୍ଦ୍ର, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଲବ୍ଧ ରଖିବାକୁ ସବୁ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top