X
Breaking News
ଟିଭି

କ’ଣ ଏମିତି ଫଟୋ ପୋଷ୍ଟ କଲେ ଯେ.. ଫ୍ୟାନ୍‌ମାନେ ମନ ଇଚ୍ଛା କମେଣ୍ଟ କଲେ !

sapna-chaudhary

ହରିୟାଣା ଲୋକଙ୍କ ମନରେ ଏବେ ରାଜ କରୁଥିବା ସପ୍‌ନା ଚୌଧରୀଙ୍କୁ ନେଇ ପୁଣି ଚର୍ଚ୍ଚା । ହରିୟାଣୀ  ସଂଗୀତ ଓ ନିଜର କାତିଲାନା ଡ୍ୟାନ୍ସ ପାଇଁ ଲୋକଙ୍କ ମନକୁ ଛୁଇଁଥିବା ସପନା ଏବେ ବିବାଦରେ । ସପ୍‌ନା କେବଳ ନିଜ ଡ୍ୟାନ୍ସ ଆଉ ଦେଶୀ ଠୁମ୍‌କା ପାଇଁ ଯେତିକି ଚର୍ଚ୍ଚିତ ସେ ନିଜର ରାଜନୈତିକ ଲିଙ୍କ୍‌କୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ସମୟରେ ସେ ଏବେ ନିଜର ଡ୍ୟାନ୍ସ ଭିଡିଓ ପାଇଁ  ସୋସିଆଲ ମିଡିଆରେ ସମସ୍ତଙ୍କ ନଜରରେ ରହିଛନ୍ତି । ଏହା ଭିତରେ ଏବେ ଆଉ ଏକ ଘଟଣା ଘଟାଇଛନ୍ତି ସପ୍‌ନା । ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଛି ।

sapna

ଏବେ କିଛି ଦିନ ହେବ ସପ୍‌ନା ନିଜର ଟ୍ରାନ୍ସଫରମେସନ୍‌ କରାଇଛନ୍ତି । ପୁରୁଣା ଦେଶୀ ଲୁକ୍ ଛାଡ଼ି ମଡର୍ଣ୍ଣ ଲୁକ୍‌ରେ ନଜର ଆସୁଛନ୍ତି ସପ୍‌ନା । କିନ୍ତୁ ତାଙ୍କର ଦେଶୀ ଲୁକ୍‌ର ଫ୍ୟାନ୍‌ଙ୍କ ସଂଖ୍ୟା ଢେର୍‌ ଅଧିକ । ସେହି ଫ୍ୟାନ୍‌ ମାନଙ୍କୁ ସପ୍‌ନାଙ୍କ ମଡର୍ଣ୍ଣ ଲୁକ୍‌ ବୋଧହୁଏ କେଉଁଠି ନା କେଉଁଠି ପସନ୍ଦ ଆସି ନାହିଁ ।

କିଛି ଦିନ ପୂର୍ବରୁ ସପ୍‌ନା ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରିଛନ୍ତି । ଯେଉଁଥିରେ ତାଙ୍କ ଷ୍ଟାଇଲ୍‌ ଓ ଡ୍ରେସ୍‌ ଅଧିକ ମଡର୍ଣ୍ଣ ରହିଛି । ଏହି ଫଟୋ ଅନେକ ଲୋକଙ୍କୁ ଭଲ ଲାଗିଥିଲେ ମଧ୍ୟ କିଛି ଲୋକଙ୍କ ଦେହରେ ଯାଉନି । ସେମାନେ ସେହି ଫଟୋରେ ସପ୍‌ନାଙ୍କୁ ଅନେକ ଖରାପ କମେଣ୍ଟ ମଧ୍ୟ କରିଥିବା ଦେଖାଯାଇଛି ।

ଏହି ସବୁ ଫଟୋ ଗୁଡ଼ିକରେ ସପ୍‌ନା ସର୍ଟ ସ୍କର୍ଟ ପିନ୍ଧିଥିବା ଦେଖାଯାଇଛି । କିନ୍ତୁ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବା ପରେ ସପନାଙ୍କ ଉପରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି । ଏମିତି କି ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଲୋର୍ସମାନେ ନିଜ ପସନ୍ଦ ନାପସନ୍ଦ ବିଷୟରେ ମଧ୍ୟ କମେଣ୍ଟରେ ଲେଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top