ଅପରାଧ

ପୁଣି ଲଜ୍ଜା ! ୨ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର : ରାଜ୍ୟରେ ଥମୁନି ଲଜ୍ଜା। ଯାଜପୁର ପାଣିକୋଇଲି ଥାନା ଅଞ୍ଚଳରେ 2 ଜଣ ଛାତ୍ରୀଙ୍କୁ ଇତିହାସ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଫଳରେ ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଯାଜପୁର ପାଣିକୋଇଲି ଥାନା ଅଞ୍ଚଳରେ ଏକ ନିନ୍ଦନୀୟ ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳରେ ଜଣେ ଇତିହାସ ଶିକ୍ଷକ ଦୁଇ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ପୁଲିସ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି। କିନ୍ତୁ ଏନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକମାନେ ସ୍କୁଲ ଘେରାଉ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ, ପୋଲିସ ଶିକ୍ଷକଙ୍କୁ ଗିରଫ କରି ବସି ପଡ଼ିଛି। ଏହି ଘଟଣାରେ ଅଧିକ ତଦନ୍ତ କରାଯାଉ। ଶିକ୍ଷକଙ୍କୁ ସହଯୋଗ କରୁଥିବା ଅନ୍ୟମାନଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top