X
Breaking News
ଟିଭି

ଏହି ଅଭିନେତ୍ରୀଙ୍କୁ ଦିଲ୍ ଦେଇ ବସିଥିଲେ ହିତେନ, ପତ୍ନୀଙ୍କୁ ଛାଡପତ୍ର ଦେଇ କରିଥିଲେ ବିବାହ

Hiten-Tejwani

ମୁମ୍ବାଇ: ଟେଲିଭିଜନ ଆକ୍ଟର ତଥା ବିଗବସ୍ ପ୍ରତିଯୋଗୀ ହିତେନ୍ ତେଜୱାନୀ 45 ବର୍ଷରେ ପାଦ ଦେଇଛନ୍ତି । ଏକତା କପୁରଙ୍କ ସିରିୟଲ କ୍ୟୁଁ କି ଶାଶ୍ ଭି କଭି ବହୁ ଥି ଓ କୁଟୁମ୍ବରୁ ତାଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା । ବିସବସ ହିତେନଙ୍କୁ ଆହୁରି ଲୋକପ୍ରିୟତା ଆଣିଦେଇଥିଲା । ଘର ଭିତରେ ସେ ସବୁ ପରିସ୍ଥିତିରେ ଖାପ୍ ଖୁଆଇ ପାରୁଥିବା ବ୍ୟକ୍ତି ଭଳି ନଜର ଆସିଥିଲେ ।

1974 ମାର୍ଚ୍ଚ 5 ତାରିଖ, ମହାରାଷ୍ଟ୍ରରେ ହିତେନଙ୍କର ଜନ୍ମ । ଟିଭି ଆକ୍ଟ୍ରିସ ଗୌରୀ ପ୍ରଧାନଙ୍କୁ ସେ ବିବାହ କରିଥିଲେ । ହିତେନ ଓ ଗୌରୀଙ୍କ ଲଭଷ୍ଟୋରୀ ବଲିଉଡର ଜଣାଶୁଣା ଲଭଷ୍ଟୋରୀ । ପିଲାଦିନରୁ ହିତେନଙ୍କର ଅଭିନୟରେ ରୁଚି ଥିଲା । କଲେଜ ଦିନରୁ ସେ ମଡେଲିଂ କରିବା ଆରମ୍ଭ କରିଦେଇଥିଲେ । ଏହାପରେ ତାଙ୍କୁ ବିଭିନ୍ନ ବିଜ୍ଞାପନରେ ଅଫର ମିଳିଥିଲା । 1999ରେ ଏକ ବିଜ୍ଞାପନର ସୁଟିଂ ପାଇଁ ହିତେନ ବାଙ୍ଗାଲୋର ଯାଉଥିଲେ । ଏହି ସମୟରେ ଏୟାରପୋର୍ଟରେ ତାଙ୍କର ଭେଟ ଗୌରୀ ପ୍ରଧାନଙ୍କ ସହ ହୋଇଥିଲା । ମାତ୍ର ଗୌରୀଙ୍କୁ ହିତେନ ମନ ଦେଇସାରିଥିଲେ ମଧ୍ୟ ମୁହଁ ଖୋଲି କିଛି କହିପାରୁନଥିଲେ । ଏହାରି ଭିତରେ 6 ମାସ ବିତିଯାଇଥିଲା । ଏହାପରେ କୁଟୁମ୍ବ ସିରିୟଲରେ ପୁଣି ଥରେ ଉଭୟଙ୍କର ଭେଟ ହୋଇଥିଲା । ଏହି ଯୋଡିକୁ ସମସ୍ତେ ପସନ୍ଦ କରିଥିଲେ । କିନ୍ତୁ ହିତେନଙ୍କୁ ଗୌରୀ ବିଲକୁଲ ପସନ୍ଦ କରୁନଥିଲେ । କିନ୍ତୁ ଦର୍ଶକଙ୍କ ପସନ୍ଦ ପରେ ଉଭୟଙ୍କୁ ଏକାଠି ଅନେକ ସିରିୟଲରେ ଦେଖିବାକୁ ମିଳିଥିଲା । ଲଗାତର କାମ କରିବା ପରେ ଉଭୟଙ୍କ ମଧ୍ୟ ଆକର୍ଷଣ ବଢିଥିଲା । ଏହାପରେ ବିବାହ ପର୍ଯ୍ୟନ୍ତ କଥା ପହଞ୍ଚିଲା ।

କିନ୍ତୁ ଏହା ପୂର୍ବରୁ ହିତେନ ବିବାହିତ ଥିଲେ । ଘର ଲୋକଙ୍କ ବାଧ୍ୟବାଧକତାରେ ସେ ବିବାହ କରିଥିଲେ । 2001ରେ ସେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ । ଏହାର ତିନି ବର୍ଷ ପରେ ଉଭୟେ ବିବାହ କରିଥିଲେ । 2009ରେ ଏମାନଙ୍କର ଜାଆଁଳା ଶିଶୁ ଜନ୍ମ ନେଇଥିଲା । ଉଭୟେ ଏବେ ଖୁସିରେ ଲାଇଫ୍ ବିତାଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top