ଦେଶ

ଗାନ୍ଧି ପରିବାର ସହ ଜଡ଼ିତ ୩ଟି ଟ୍ରଷ୍ଟର ଅନୁସନ୍ଧାନ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: କଂଗ୍ରେସ ସରକାର ସମୟରେ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଦିଆଯାଇଛି ଟଙ୍କା । ଗାନ୍ଧି ପରିବାର ସହ ଲିଙ୍କ ଥିବା 3ଟି ଟ୍ରଷ୍ଟ ମାଧ୍ୟମରେ ହୋଇଛି କାରବାର  । ଏଭଳି ସାଂଘାତିକ ଅଭିଯୋଗ ଆଣିଛି ବିଜେପି  । ସେପଟେ ଗାନ୍ଧୀ ପରିବାର ସହିତ ଜଡିତ 3ଟି ଟ୍ରଷ୍ଟରେ ଆର୍ଥିକ କାରବାରର ଅନୁସନ୍ଧାନ କରାଯିବ । ତଦନ୍ତର ସମନ୍ୱୟ ରକ୍ଷା ପାଇଁ ଗୃହ ମନ୍ତ୍ରଣାଳୟ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଏହି କମିଟିର ନେତୃତ୍ୱ ନେବେ । ମନ୍ତ୍ରଣାଳୟ ମୁଖପାତ୍ର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।

ଆୟକର ଏବଂ ବିଦେଶୀ ଦାନ ନିୟମର ଉଲ୍ଲଂଘନ ଅଭିଯୋଗରେ ରାଜୀବ ଗାନ୍ଧୀ ଫାଉଣ୍ଡେସନ, ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ ଏବଂ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ବିରୋଧରେ ତଦନ୍ତ କରାଯିବ ବୋଲି ସରକାର କହିଛନ୍ତି । ଗାନ୍ଧୀ ପରିବାର ସହିତ ଜଡିତ ଟ୍ରଷ୍ଟର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ), ଆୟକର ଅଧିନିୟମ ଏବଂ ବୈଦେଶିକ ଯୋଗଦାନ ନିୟମାବଳୀ ଉଲ୍ଲଂଘନ ଉପରେ ଅନୁସନ୍ଧାନ କରାଯିବ ।

ଗତ ମାସରେ ବିଜେପି ଅଭିଯୋଗ କରିଥିଲା ​​ଯେ ମନମୋହନ ସିଂ ସରକାର ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ଟଙ୍କା ଦେଇଛନ୍ତି । ବିଜେପି ସଭାପତି ଜେପି ନାଡଡା କହିଥିଲେ ଯେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପିଏନଏନଆରଏଫ ସୃଷ୍ଟି କରାଯାଇଛି କିନ୍ତୁ ୟୁପିଏ ସରକାରଙ୍କ କାର୍ଯ୍ୟକାଳ ସମୟରେ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ଦିଆଯାଉଥିଲା ।  କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଚେୟାରମ୍ୟାନ୍ ଅଛନ୍ତି । ଏହାର ବୋର୍ଡରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ପି ଚିଦାମ୍ବରମ୍ ଏବଂ ମନମୋହନ ସିଂ ରହିଛନ୍ତି । ବିଜେପି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ମନମୋହନ ସିଂ 1991 ର ବଜେଟ୍ ଭାଷଣରେ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ 100 କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ସେପଟେ କଂଗ୍ରେସ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top