ନ୍ୟୁଜ୍

ଐତିହାସିକ କୋଣାର୍କ ମହୋତ୍ସବ ଉଦ୍‌ଘାଟିତ, ସାଂସ୍କୃତିକ କାର୍ଯ୍ୟକ୍ରମେର ବିଭାେର ଦର୍ଶକ

KOnark festival

ପୁରୀ: ଜମୁଛି କୋଣାର୍କ ଫେଷ୍ଟିଭାଲ । ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ କଥକ ନୃତ୍ୟରେ ବିଭୋର ହେଲେ ଦର୍ଶକ । ରବିବାର ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କୋଣାର୍କ ନୃତ୍ୟ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଅନ୍ୟତମ ଅତିଥି ଭାବେ କ୍ରୀଡା ମନ୍ତ୍ରୀ ତୁଷରକାନ୍ତି ବେହେରା, ପର୍ଯ୍ୟଟନ ସଚିବ ବିଶାଳ ଦେବ, ପର୍ଯ୍ୟଟନ ଅଧକ୍ଷା ଶ୍ରୀମୟୀ ମିଶ୍ର, ଜିଲାପାଳ ବଲବନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ । କୋଣାର୍କ ନୃତ୍ୟ ଉତ୍ସବର ପ୍ରଥମ ସନ୍ଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଓ କଥକ ପରିବେଷଣ ହୋଇଥିଲା । ନର୍ତ୍ତକୀଙ୍କ ଘୁଙ୍ଗୁର ଶବ୍ଦରେ ରଙ୍ଗମଞ୍ଚ ସ୍ଵର୍ଗପୁରୀ ପରି ମନେ ହେଉଥିଲା । ପ୍ରଥମ ଚରଣରେ ଭୁବନେଶ୍ୱର ସୃଜନ ଗ୍ରୁପ ପକ୍ଷରୁ ଚିତାକର୍ଷକ ଓଡିଶୀ ନୃତ୍ୟ ଓ ଦ୍ୱିତୀୟ ପର୍ଯ୍ୟାୟରେ କଥକ ନୃତ୍ୟ ବେଶ ଆକର୍ଷଣ ସାଜିଥିଲା ।

KOnark festival

KOnark festival

KOnark festival

KOnark festival

Click to comment

Leave a Reply

Your email address will not be published. Required fields are marked *

Most Popular

To Top