ଜୀବନ ମନ୍ତ୍ର

ଚନ୍ଦ୍ରଗ୍ରହଣ ୨୦୧୯: ଜାଣନ୍ତୁ ୧୨ଟି ରାଶି ଉପରେ କଣ ରହିଛି ପ୍ରଭାବ…

horoscope

ଅର୍ଗସ ବ୍ୟୁରୋ: ଆଜି ଚନ୍ଦ୍ରଗ୍ରହଣ । ଭାରତୀୟ ସମୟ ଅନୁସାରେ ରାତି ୧ ଟା ୩୧ ମିନିଟ୍‌ ୪୦ ସେକେଣ୍ଡରେ ଗ୍ରହଣ ଲାଗିବାର ଆରମ୍ଭ ହେବ । ରାତି ୪ ଟା ୩୧ ମିନିଟ୍‌ ୪୧କ ସେକେଣ୍ଡରେ ମୋକ୍ଷ ହେବ ବୋଲି ଜ୍ୟୋତିର୍ବିଦ୍‌ କହିଛନ୍ତି । ୧୬-୧୭ ଜଲାଇରେ ଚନ୍ଦ୍ରଗ୍ରହଣ ର କର୍ଷଣ ସମୟ ରହିବ । ଏହି ଗ୍ରହଣର ପ୍ରଭାବ ଚନ୍ଦ୍ରମାର ର ୬୩ ପ୍ରତିଶତ ଭାଗ ଉପରେ ପ୍ରଭାବ ରହିବ । ଏହା ପୂର୍ଣ୍ଣ ରୂପରେ ଚନ୍ଦ୍ରଖଣ୍ଡକୁ ଗ୍ରାସ କରି ରହିବ । ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ପ୍ରଭାବରୁ ୧୨ ରାଶି ଉପରେ କିପରି ପ୍ରଭାବ ପଡିବ ଚାଲନ୍ତୁ ଜାଣିବା..

ମେଷ ରାଶୀ: ଏହି ରାଶିର ଜାତକରେ ଚନ୍ଦ୍ରଗ୍ରହଣ କିଛି ମିଶ୍ରିତ ପ୍ରଭାବ ରହିବ । ଯାହା କିଛି କାର‌୍ୟ୍ୟବାଧା ଯାତ୍ରା କରିବାକୁ ପଡିବ ଏବଂ ଏଥିସହିତ ଜବ୍‌ ଏକ୍ସେଟେନସନ୍‌ ରେ ଏହି ଦିନ ଟିକେ ସମସ୍ୟା ରହିବ କିନ୍ତୁ ଧିରେ ଧିରେ ସବୁ ଠିକ୍ ହୋଇଯିବ । ପୂର୍ଣ୍ଣ ମାତ୍ରରେ କହିବାକୁ ଗଲେ ଭାଗ୍ୟ ଓ କର୍ମ ଉପରେ କିଛି ମାତ୍ରାରେ ପ୍ରଭାବିତ କରିବ ଚନ୍ଦ୍ରଗ୍ରହଣ ।

ବୃଷ ରାଶୀ: ଏହି ରାଶି ପାଇଁ ଗ୍ରହଣ ଅଷ୍ଟମ ଏବଂ ନବମ ଭାଗକୁ ପ୍ରଭାବିତ କରିବ । ରୋଗ, କଷ୍ଟ ଭଳି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ ଜଳ ସମ୍ପର୍କିତ ବସ୍ଥୁ ଠାରୁ ଦୁରେଇ ରହିବେ । ହେବାକୁ ଥିବା କାର‌୍ୟ୍ୟ ଟିକେ ବିଳମ୍ବ ହୋଇପାରେ । ଏହି ରାଶିରେ ମଧ୍ୟ ମିଶ୍ରିତ ଫଳ ଭୋଗ କରିବେ ବ୍ୟକ୍ତ ।

ମିଥୁନ ରାଶୀ: ଏହି ରାଶିର ବ୍ୟକ୍ତି ପାଇଁ ଚନ୍ଦ୍ର ଗ୍ରହଣ ଦିନଟି ଭଲ ରହିବ ନାହିଁ । ଦାମ୍ପତ୍ୟ ଜୀବନ ପ୍ରତି କଳହ ସୃଷ୍ଟି ହୋଇପାରେ । ଏଥିପାଇଁ ଟିକେ ସଜାଗ ରହିବେ । ଅଜଥା ରେ ବିବାଦ ଏବଂ ମିତଭେଦ ସୃଷ୍ଟି ହୋଇପାରେ । କୋର୍ଟ କଚେରି ର ମାମଲା ସମ୍ପର୍କରେ ଘରେ ହିଁ ଆଲୋଚନା କରିବା ଅପେକ୍ଷା ବାହାରେ କରିବା ଟା ଭଲ ରହିବ । ଆୟ ଯେଉଁ ହିସାବରେ ହେବ ବ୍ୟୟ ମଧ୍ୟ ସେହି ହିସାବରେ ରହିବ ।

କର୍କଟ ରାଶି: ଏହି ରାଶିର ଜାତକରେ ଚନ୍ଦ୍ର ଷଷ୍ଠ ଏବଂ ସପ୍ତମକୁ ପ୍ରଭାବିତ କରିବ । ଶତ୍ରୁପରାସ୍ତ ହେବେ । କିନ୍ତୁ ପ୍ରେମ ସମ୍ପର୍କରେ ଟିକେ ନିରାଶ ହେବାକୁ ପଡିବ । ଭଲ ରହିବ ଯଦି ଆପଣ ନିଜ ରାଗ ନିୟନ୍ତ୍ରଣରେ ରଖିବେ । ଯେକୌଣସି କାର‌୍ୟ୍ୟ ପୁରା ନ ହେବା ପର‌୍ୟ୍ୟନ୍ତ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ ।

ସିହଂ ରାଶି: ଏହି ରାଶିର ବ୍ୟକ୍ତି ପାଇଁ ଗ୍ରହଣ ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ରହିବ । ଏହାର ପ୍ରଭାବରେ ସନ୍ତାନ ସନ୍ତତିଙ୍କ ଚିନ୍ତା ଲାଗି ରହିବ ବିଦ୍ୟାର୍ଥିଙ୍କ ପାଇଁ ବିଶେଷ ଉପେଦଶ ଯେ ଶିକ୍ଷା କିମ୍ବା ଯେକୌଣସି ପ୍ରତିଯୋଗିତାରେ ସାମିଲ ହେଉଛନ୍ତି ତାହାକୁ ଖାମଖିଆାଲି ଭାବେ ନିଅନ୍ତୁ ନାହିଁ । ସମ୍ପୂଣ୍ଣ ପ୍ରସ୍ତୁତ ହୁଅନ୍ତୁ । ସଫଳତା ପାଇବେ ।

କନ୍ୟା ରାଶୀ : ଏହି ରାଶି ପାଇଁ ଚନ୍ଦ୍ର ୪ର୍ଥ ସ୍ଥାନରେ ଏବଂ ପଞ୍ଚମ ସ୍ଥାନାରେ ରହିବ ଯାହାଦ୍ୱାରା କଳହ ଏବଂ ପାରବାରିକ ଅଶାନ୍ତି ଲାଗି ରହିବ ।

ତୁଳା ରାଶି: ଏହି ରାଶି ପାଇଁ ଗ୍ରହଣର ପ୍ରଭାବ ବହୁତ ଭଲ ରହିବ । ପରାକ୍ରମ ଏବଂ ବୁଦ୍ଧି ବଢିବ । ସଫଳତାର ସ୍ୱାଦ ଚାଖିବେ । ପରିବାରେର ଗୁରୁଜନଙ୍କ ସହ ମନମାଳିନ୍ୟ ସାମାନ୍ୟ ରହିବ । ଏହି ଗ୍ରହଣ ସପ୍ତାହ ସୁଫଳ ପ୍ରଦାନ କରିବ ।

ବିଛା ରାଶି: ଏହି ରାଶି ପାଇଁ ଗ୍ରହଣର ପ୍ରଭାବ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିବ । ଫଳ ମିଶ୍ରିତ ରହିବ ଏବଂ ଅଚାନକ ଫଳପ୍ରାପ୍ତ ହେବାର ସମ୍ଭାବନା ରହୁଛି । ଅଟକି ଯାଇଥିବା ଅର୍ଥ ଅକସ୍‌ମାତ୍‌ ମିଳିବ ।

ଧନୂ ରାଶି: ଏହି ରାଶି ପାଇଁ ଗ୍ରହଣ ବଡ ସମସ୍ୟା ସୃଷ୍ଟି କରିବ । ସାବଧାନତାର ସହିତ ରହିବାକୁ ପଡିବ ଝଗଡା ଏବଂ ବିବାଦରୁ ଦୂରେଇ ରହିବେ । ଦୁଇ ସପ୍ତାହ ପର‌୍ୟନ୍ତ ନିଜ ଉପରେ ନିୟନ୍ତ୍ରଣ ରକ୍ଷା କରିଲେ ବିପଦରୁ ଏବଂ କଳହରୁ ବଂଚି ପାରିବେ ।

ମକର ରାଶି: ଏହି ରାଶି ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ଅଧିକ ଯାତ୍ରା କରିବାକୁ ପଡିବ । କିନ୍ତୁ କଷ୍ଟର ଫଳ ଅବସ୍ୟ ମିଳିବ । ସଫଳତା ଆପଣଙ୍କ ର ଦୁଆର ଠକ ଠକ କରିବ । କିଛି ବି କାର‌୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଗ୍ରହଣ ର ୨୪ ଘଣ୍ଟା ପରେ କରନ୍ତୁ ସୁଫଳ ପାଇବେ ।

କୁମ୍ଭ ରାଶୀ: ଏହି ରାଶି ପାଇଁ ଚନ୍ଦ୍ର ୧୧ ଏବଂ ୧୨ ସ୍ଥାନରେ ରହିବ । ଧର୍ଯ୍ୟ ର ସହ କାର୍ଯ୍ୟ କଲେ ସଫଳତା ଅବସ୍ୟ ମିଳିବ । ଏହି ରାଶି ପାଇଁ ଚନ୍ଦ୍ର ଗ୍ରହଣ ମିଶ୍ରିତ ଫଳଦେବ ଆଣିଦେବ ।

ମୀନ ରାଶି: ଏହି ରାଶି ପାଇଁ ଗ୍ରହଣ ୧୦ମ ଏବଂ ଏକାଦଶ ସ୍ଥାନକୁ ପ୍ରଭାବତି କରିବ । ଯାହା ସ୍ଥାନ ପରିବର୍ତ୍ତନ କରିବାର ଯୋଗ ରହଛି । ଆସୁଥିବା ଦୁଇ ସପ୍ତାହ ମାତା ପିତାଙ୍କର ଦେହର ଯତ୍ନ ନିଅନ୍ତୁ । ଏହା ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ

Click to comment

Leave a Reply

Your email address will not be published. Required fields are marked *

Most Popular

To Top