ନ୍ୟୁଜ୍

ହଜିଗଲାଣି ମାନବିକତା ! ମା’ଙ୍କ ମୃତଦେହ ନେବା ପାଇଁ ହସ୍ପିଟାଲ ବାରଣ୍ଡାରେ ବସି କାନ୍ଦିଲେ ୩ ପିଲା

କେନ୍ଦୁଝର: ହଜିଗଲାଣି ମାନବିକତା ! ମା’ ବାପା ଛେଉଣ୍ଡ ଅନାଥ ପିଲାମାନଙ୍କ ପାଇଁ ଦରଦ ଦେଖାଇଲେନି ହସ୍ପିଟାଲ କର୍ତ୍ତୃପକ୍ଷ । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।

ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ 3 ପିଲାଙ୍କ ସାହାରା ଥିବା ମା’ବି ଯକ୍ଷ୍ମା ରୋଗରେ ଆଖି ବୁଜିଲେ । ଗତ ୨୭ ତାରିଖରୁ ବଡ଼ବିଲ ଧୋବି ହଟିଂର ପାର୍ବତୀ ମୁଣ୍ଡା ଯକ୍ଷ୍ମା ରୋଗରେ ପୀଡିତ ହୋଇ କେନ୍ଦୁଝର ଜିଲ୍ଲା ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ତେବେ ପାର୍ବତୀଙ୍କର ମୃତ୍ୟୁ ହୋଇଥିଲା ।

ମୃତ୍ୟୁ ପରେ ପାର୍ମତୀଙ୍କ ମୃତଦେହ ନେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଏକ ଆମ୍ବୁଲାନ୍ସ ବି ଯୋଗାଇ ଦେଲେନି । ପାର୍ବତୀଙ୍କ 3 ପିଲା ମେଡିକାଲ ବାରଣ୍ଡାରେ ବସି କାନ୍ଦୁଥିଲେ । କାନ୍ଦିବା ଛଡ଼ା ଆଉ କୌଣସି ପନ୍ଥା ବି ନଥିଲା ତାଙ୍କ ପାଖରେ । ମୃତଦେହ ପାଇଁ ନହେଲା ନାହିଁ 3 ଅନାଥ ପିଲାଙ୍କ ପାଇ ବି କେହି ଦୟା ଦେଖାଇଲେ ନାହିଁ ।

କୌଣସି ସହାୟତା ଯୋଗାଇଦେଲେନି ମେଡିକାଲ କର୍ତ୍ତୃପକ୍ଷ । ତେବେ 3 ପିଲାଙ୍କୁ ଏଭଳି ପରିସ୍ଥିତିରେ ଦେଖି କିଛି ସ୍ୱେଚ୍ଛାସେବୀ ସଂଗଠନ ଏକ ଘରୋଇ ଆମ୍ବୁଲାନ୍ସରେ ପାର୍ବତୀଙ୍କ ମୃତଦେହକୁ ପଠାଇଥିଲେ । ଏହି ଘଟଣାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top