ଦେଶ

ଜେଏନୟୁ ଛାତ୍ର ରାଲିକୁ ମିଳିଲା ଲକ୍ଷ୍ନୌ ୟୁନିଭରସିଟିର ସହଯୋଗ: ୩ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା ଦିଲ୍ଲୀ ପୋଲିସ୍‌

jnu

ନୂଆଦିଲ୍ଲୀ: ବର୍ଦ୍ଧିତ ଫି ନେଇ ଜେଏନୟୁ ଛାତ୍ରଙ୍କ ଆନ୍ଦୋଳନ ଥମିବାର ନା ନେଉନାହିଁ । ଜେଏନୟୁ ଛାତ୍ରଙ୍କ ବିକ୍ଷୋଭ ଆଜି ସଂସଦ ମୁହାଁ ହୋଇଛି । ବର୍ଦ୍ଧିତ ଫି ପ୍ରତିବାଦରେ  ଜବାହର ଲାଲ ନେହେରୁ ୟୁନିଭରସିଟି ଛାତ୍ରମାନେ ସଂସଦ ଆଡକୁ ମୁହାଁଇଛନ୍ତି । ପାଖାପାଖି 2ର 3 ହଜାର ଛାତ୍ର ଏହି ସଂସଦ ରାଲିରେ ଶାମିଲ ହୋଇଛନ୍ତି । ଜେଏନୟୁର ଗେଟ୍‌ ବାହାରେ ଲଗାଯାଇଥିବା 3ଟ ବାରିକେଟ୍‌କୁ ଭାଙ୍ଗିଛନ୍ତି ଏହି ଆନ୍ଦୋଳନକାରୀ ଛାତ୍ର ମୋର୍ଚ୍ଚା । ଏହାପରେ ପାଖାପାଖି ଦୁଇ ଘଣ୍ଟାର ସଙ୍ଘର୍ଷ ପରେ ବେର ସରାୟର ବାରିକେଟ  ମଧ୍ୟ ଭାଙ୍ଗିଛନ୍ତି । ବର୍ତ୍ତମାନ ଛାତ୍ର ରାଲି ଭୀକାଜୀ କାମା ପ୍ଲେସ ଫ୍ଲାଇଓଭର ପର୍ଯ୍ୟନ୍ତ ପହଞ୍ଚିସାରିଛନ୍ତି ।  ଛାତ୍ର ସଂସଦ ମୁହାଁ ହେଉଛନ୍ତି । ଆନ୍ଦୋଳନରେ ବହୁ ଛାତ୍ର ଆହତ ମଧ୍ୟ ହୋଇଛନ୍ତି ।

ଦିଲ୍ଲୀ ପୋଲିସ୍‌ ନିର୍ଦ୍ଦେଶ ଜାରି କରି କହିଛି, କଲ୍ୟାଣ ମାର୍ଗ ମେଟ୍ରୋ ଷ୍ଟେସନ, ଉଦୌଗ ଭବନ, ପଟେଲ ଚୌକ ଷ୍ଟେସନର ଗେଟ୍‌ ବନ୍ଦ ରଖାଯିବ ଓ ମେଟ୍ରୋ ଟ୍ରେନ ଏହି ଷ୍ଟେସନମାନଙ୍କରେ ରହିବ ନାହିଁ । ଛାତ୍ର ବିରୋଧ ରାଲି ପାଇଁ ମେଟ୍ରୋ ଷ୍ଟେସନ୍‌କୁ ବନ୍ଦ କରିଦିଆଯାଇଛି । ଅସ୍ଥାୟୀ ଭାବେ 3ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି । ଏଥିୀସହିତ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ମଧ୍ୟ ବନ୍ଦ କରିଦିଆଯାଇଛି । ଏହି ଆନ୍ଦୋନରେ ପାଖାପାଖି 200ରୁ ଅଧିକ ଛାତ୍ରଙ୍କୁ ଆରେଷ୍ଟ କରାଯାଇଛି । ତେବେ ଏହି ଆନ୍ଦୋଳନରେ ଲକ୍ଷ୍ନୌ ୟୁନିଭରସିଟିର ସହଯୋଗ ମିଳିିଛି ଜେଏନୟୁ ଛାତ୍ରଙ୍କୁ ।

ଜେଏନୟୁ କ୍ୟାମ୍ପସ୍‌ ବାହାରେ 144 ଧାରା ଲାଗୁ କରିଦିଆଯାଇଛି । ପୋଲିସ୍‌ର କହିବାନୁଯାୟୀ ମାର୍କେଟ ହାଉସ୍‌ରୁ ଆଗକୁ ଯିବାକୁ ଦେବୁ ନାହୁଁ। ଜେଏନୟୁର ଗେଟ୍‌ ନିକଟରେ ବିପୁଳ ମାତ୍ରାରେ ପୋଲିସ୍‌ ଫୋର୍ସ ମୁତୟନ ଅଛନ୍ତି। ଦିଲ୍ଳୀ ପୋଲିସ୍‌ ତରଫରୁ 9ଟି କମ୍ପାନୀ ଫୋର୍ସ ମୁତୟନ କରାଯାଇଛି । ପାଖାପାଖି 1200 ପୋଲିସ୍‌କର୍ମୀ  ମୁତୟନ ଅଛନ୍ତିି । ଯେଉଁଥିରେ ଦିଲ୍ଳୀ ପୋଲିସ୍‌ ଓ  ସିଆରପିଏଫର ଯବାନ ଶାମିଲ ଅଛନ୍ତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top