ଦେଶ

ବର୍ଦ୍ଧିତ ଫି’ ପ୍ରତିବାଦରେ ସଂସଦ ମୁହାଁହେଲେ ଜେଏନୟୁର ହଜାର ହଜାର ଛାତ୍ରଛାତ୍ରୀ: ଜାରି ହେଲା ୧୪୪ ଧାରା

JNU

ନୂଆଦିଲ୍ଲୀ: ବର୍ଦ୍ଧିତ ଫି ନେଇ ଜେଏନୟୁ ଛାତ୍ରଙ୍କ ଆନ୍ଦୋଳନ ଥମିବାର ନା ନେଉନାହିଁ । ଜେଏନୟୁ ଛାତ୍ରଙ୍କ ବିକ୍ଷୋଭ ଆଜି ସଂସଦ ମୁହାଁ ହୋଇଛି । ବର୍ଦ୍ଧିତ ଫି ପ୍ରତିବାଦରେ  ଜବାହର ଲାଲ ନେହେରୁ ୟୁନିଭରସିଟି ଛାତ୍ରମାନେ ସଂସଦ ଆଡକୁ ମୁହାଁଇଛନ୍ତି । ପାଖାପାଖି 2ର 3 ହଜାର ଛାତ୍ର ଏହି ସଂସଦ ରାଲିରେ ଶାମିଲ ହୋଇଛନ୍ତି । ଜେଏନୟୁର ଗେଟ୍‌ ବାହାରେ  ଲଗାଯାଇଥିବା  ବାରିକେଟ୍‌କୁ ଭାଙ୍ଗିଛନ୍ତି ଏହି ଆନ୍ଦୋଳନକାରୀ ଛାତ୍ର ମୋର୍ଚ୍ଚା ।  ଏପଟେ ପୋଲିସ୍‌ର କହିବାନୁଯାୟୀ ଆମେ ଏହି ରାଲିକୁ ମାର୍କେଟ ହାଉସ୍‌ରୁ ଆଗକୁ ବଢିବାକୁ ଦେବୁ ନାହୁଁ ।

ଜେଏନୟୁର ଗେଟ୍‌ ନିକଟରେ ବିପୁଳ ମାତ୍ରାରେ ପୋଲିସ୍‌ ଫୋର୍ସ ମୁତୟନ ଅଛନ୍ତି। ଦିଲ୍ଳୀ ପୋଲିସ୍‌ ତରଫରୁ 9ଟି କମ୍ପାନୀ ଫୋର୍ସ ମୁତୟନ କରାଯାଇଛି । ପାଖାପାଖି 1200 ପୋଲିସ୍‌କର୍ମୀ  ମୁତୟନ ଅଛନ୍ତିି । ଯେଉଁଥିରେ  ଦିଲ୍ଳୀ ପୋଲିସ୍‌ ଓ  ସିଆରପିଏଫର ଯବାନ ଶାମିଲ ଅଛନ୍ତି ।

ଦିଲ୍ଳୀ ପୋଲିସ୍ ଅଧିକାରୀଙ୍କ କହିବାନୁଯାୟୀ ଜେଏନୟୁ ଛାତ୍ରଙ୍କୁ ପାର୍ଲିଆମେଣ୍ଟ  ପର୍ଯ୍ୟନ୍ତ ଯିବାକୁ ଦିଆଯିବ ନାହିଁ । ସଂସଦ ଭବନ ପାଖରେ 144 ଧାରା ଜାରି କରାଯାଇଛି  । ସୂଚନାନୁଯାୟୀ  ଜେଏନୟୁ ଛାତ୍ରଙ୍କୁ ଜେଏନୟୁ କଲେଜର ଆାଖପାଖରୁ ଏକ କିମି ମଧ୍ୟରେ ରୋକିବାକୁ  ପ୍ଲାନିଙ୍ଗ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top