ନ୍ୟୁଜ୍

ଡରାଉଛି ନା ନିଜେ ଡରୁଛି ଡ୍ରାଗନ ? ଭିତରୁ ଫମ୍ପା ହେବାରେ ଲାଗିଛି ଚୀନର ପିପୁଲ୍ସ ଲିବରେସନ୍‌ ଆର୍ମୀ

JIN-PING , china

ନୂଆଦିଲ୍ଲୀ: କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ଶାସନରେ ଥିବା ଚୀନ ଧୋକା ଦେବାରେ ସିଦ୍ଧହସ୍ତ । ସୀମା ବିସ୍ତାର ଏବଂ ନିଜ ହୀନ ଉଦ୍ଦେଶ୍ୟକୁ ସାଧନ କରିବା ପାଇଁ ସାରା ବିଶ୍ୱକୁ ଧୋକା ଦେବାରେ ଲାଗିଛି । ଚୀନ ଯେତେବେଳେ ନିଜର ଯୁଦ୍ଧାସ୍ତ୍ର ଏବଂ ମିସାଇଲ ସହ ମାର୍ଚ୍ଚ କରେ, ସେତେବେଳେ ଯେ କେହି କହିବ ଯେ ଏହି ସେନା ଅଜେୟ । କିନ୍ତୁ ବାସ୍ତବରେ ଚୀନର ପିପୁଲ୍ସ ଲିବେରେସନ ଆର୍ମୀ  (ପିଏଲଏ) ଏକ ଫମ୍ପା ଢ଼ୋଲ । ପିଏଲଏ ଭିତରୁ ଦୁର୍ବଳ ହେବାରେ ଲାଗିଛି । ଗତ 35 ବର୍ଷ ଧରି ଜାରି ରହିଥିବା ୱାନ ଚାଇଲ୍ଡ ପଲିସି ଏବଂ ଦୁର୍ନୀତି ଚୀନ ଆର୍ମୀକୁ ଭିତରୁ ଫମ୍ପା କରିଦେଇଛି ।

1979 ମସିହାରେ ଭିଏତନାମ ପରି ଛୋଟ ଦେଶ ଚୀନ ସେନାକୁ ମାତ ଦେଇଥିଲା । ଭିଏତନାମର ଦାବି ଅନୁସାରେ ଚୀନ ଯେତେବେଳେ ଆକ୍ରମଣ କରିଥିଲା ସେହି ସମୟରେ 62 ହଜାର ପିଏଲଏ ଯବାନଙ୍କୁ ମାରିଥିଲା । ଏହାସହ 550ରୁ ଅଧିକ ଗାଡ଼ିକୁ ଧ୍ୱଂସ କରିଥିଲା । ଏହାପରେ ମଧ୍ୟ ପିଏଲଏର କୌଣସି ସୁଧାର ଆସିନାହିଁ । ମାଓ ପରେ ଶାସନ ଭାର ସମ୍ଭାଳିଥିବା ଦେଙ୍ଗ ସିୟାଓ ପିଙ୍ଗଙ୍କ କାର୍ଯ୍ୟକାଳରେ ଭଷ୍ଟ୍ରାଚାର ଉଈ ପରି ପିଏଲଏକୁ ଖାଇ ଚାଲିଥିଲା । 2012 ମସିହାରେ ସି ଜିନପିଙ୍ଗ କ୍ଷମତା ସମ୍ଭାଳିଥିଲ,ସେହି ସମୟରେ ଚୀନର ଅବସ୍ଥା ଅତି ଶୋଚନୀୟ ଥିଲା । ସେହି ସମୟରେ ସେଣ୍ଟ୍ରାଲ ମିଲିଟାରି କମିଶନର ଦୁଇ ଭାଇସ ଚେୟାରମ୍ୟାନଙ୍କୁ ବାହର କରିବାକୁ ପଡିଥିଲା ।

ଏହାପରେ 100ରୁ ଅଧିକ ଜେନେରାଲଙ୍କୁ ବାହାର କରିବାକୁ ପଡିଥିଲା । ରିଅଲ ଇଷ୍ଟେଟରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ଏବଂ ଟେକ୍ନୋଲଜି ପର୍ଯ୍ୟନ୍ତ ପିଏଲଏର ଦୁନିଆର ସୌଖିନଭରା ରହିଛି । ପାକିସ୍ତାନ ସହ ଏହାର ଏଥିପାଇଁ ଭଲ ସମ୍ପର୍କ । କାରଣ ଉଭୟ ସେନା ଭ୍ରଷ୍ଟାଚାର ଏବଂ ସୌଖିନପୂର୍ଣ୍ଣ ଜୀବନ ଅତିବାହିତରେ ଅଭ୍ୟସ୍ତ ।

ସେପଟେ ଭାରତୀୟ ବାୟୁସେନାର ଲଢୁଆ ବିମାନ ଆକାଶ ମାର୍ଗରେ ରଣ ହୁଙ୍କାର ଦେଇ କଡା ଜବାବ ଦେବାକୁ ପ୍ରସ୍ତୁତ ରହିଛି । ହାବାର୍ଡ ୟୁନିଭର୍ସିଟିର ରିସର୍ଚ୍ଚ ଅନୁସାରେ ଚୀନର ଜେ 10 ଲଢୁଆ ବିମାନ ତୁଳନାରେ ଭାରତର ମିରାଗ 2000 ଅଧିକ ଶକ୍ତିଶାଳୀ । ସୁଖୋଇ SU-30KMI ଚୀନର ସବୁ ଯୁଦ୍ଧ ବିମାନଠାରୁ ଆତ୍ୟାଧୁନିକ ରହିଛି । ଯଦି ଚୀନ ଯୁଦ୍ଧ ପାଇଁ ପାଦ ବଢାଏ ତେବେ ପିଏଲଏ ବଡ଼ ଅଡୁଆରେ ପଡିବ, ଯାହାର ଆଶଙ୍କା ଚୀନକୁ ମଧ୍ୟ ରହିଛି । ସେପଟେ ଭାରତ ସରକାର ଏଲଏସିରେ ଚୀନ ସେନାକୁ ମୁହଁତୋଡ ଜବାବ ଦେବାକୁ 3 ସେନାଙ୍କୁ ପୂର୍ଣ୍ଣ ସ୍ୱାଧିନତା ପ୍ରଦାନ କରିବା ସହ ଆର୍ଥିକ ସ୍ୱାଧୀନତା ମଧ୍ୟ ଦେଇଛି । ଏହାସହ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ତିନି ସେନାକୁ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top