ନ୍ୟୁଜ୍

ଏବେ ଆଇଏଏସ-ଆଇପିଏସ ହେବା ପାଇଁ ରାଙ୍କିଙ୍ଗ୍‌ର ଆବଶ୍ୟକତା ନାହିଁ

ias-ips

ଅର୍ଗସ ବ୍ୟୁରୋ: ଏବେ ଆଇଏଏସ-ଆଇପିଏସ ହେବା ପାଇଁ ରାଙ୍କିଙ୍ଗ୍‌ର ଆବାଶ୍ୟକତା ପଡିବ ନାହିଁ । ପଡିବ ବ୍ୟବହାରିକ ଜ୍ଞାନର । ଏଣିକି ୟୁପିଏସସିରେ ରାଙ୍କିଂ ହିସାବରେ ନୁହେଁ ବରଂ ଆଶାୟୀପ୍ରାର୍ଥୀଙ୍କ ଲିଡରସିପ୍ ଆପ୍ରୋଚ ଏବଂ ଅନ୍ୟାନ୍ୟ କ୍ଷମାତା ହିସାବରେ ସେମାନଙ୍କର କ୍ୟାଡର ଧାର୍ଯ୍ୟ  କରାଯିବ । ଡିପାର୍ଟମେଣ୍ଟ  ଅଫ୍‌ ପର୍ସନାଲ ଆଣ୍ଡ ଟ୍ରେନିଂ (ଡିଓପିଟି) ସୁତ୍ର ଅନୁସାରେ ମୋଦି ସରକାର ବହୁ ଶିଘ୍ର ୟୁପିଏସସି ସିଭିଲ୍‌ ସର୍ଭିସେସ୍ ରେ ଏହି ବଡଧରଣର ପରିବର୍ତ୍ତନ ଆଣିବା ପାଇଁ ବିଚାର କରୁଛନ୍ତି ।

ପିଏମଓ  ତରଫରୁ  ଡିଓପିଟିକୁ  ଏ ସଂକ୍ରାନ୍ତରେ ଏକ ରିପୋର୍ଟ ମଧ୍ୟ ମଗାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ,  କେନ୍ଦ୍ର ସରକାର ଡିଓପିଟିକୁ ବି ଦୁଇ ଭାବରେ ବାଂଟିବାକୁ ଚାହୁଁଛନ୍ତି । ଯାହାଦ୍ୱାରା କାର୍ମିକ ମାମଲା ଏବଂ ପ୍ରଶିକ୍ଷଣକୁ ସମ୍ଭାଳିବା ପାଇଁ ଦୁଇଟି ପୃଥକ ପୃଥକ ବିଭାଗ ରହିବ । ଡିଓପିଟି  ତରଫରୁ ମିଳିଥିବା ସୂଚନା ମୁତାବକ,  ସରକାରଙ୍କ ବିଚାର ପାଠ୍ୟକ୍ରମର ତୂଳନାରେ ପରିବର୍ତ୍ତିତ ସମୟର ଅନୁକୂଳ ହେବା ପାଇଁ ଉଭୟ ପ୍ରଶିକ୍ଷଣ ଏବଂ ବ୍ୟକ୍ତିଗତ ଦକ୍ଷତା ଉପରେ ଦୃଷ୍ଟି ଆକର୍ଷଣ କରୁଛି ।

ଏହି ପ୍ରସ୍ତାବରେ ମୋଦି ସରକାର ସିଭିଲ୍ ସର୍ଭିସେସ ପରୀକ୍ଷାର ବହୁ ପୁୁରୁଣା ସିଷ୍ଟମରେ ବଡ ଧରଣର ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି ।  ତେବେ ନୂଆ ଯୋଜନା ଅନୁସାରେ, ସିଭିଲ ସର୍ଭିସରେ ସଫଳ ପ୍ରାର୍ଥୀଙ୍କୁ ପରୀକ୍ଷା ଏବଂ କ୍ୟାଡର ଦେବା ପାଇଁ ସେମାନଙ୍କର ବହି ଜ୍ଞାନ ସହିତ ହିଁ ସେମାନଙ୍କର ବ୍ୟବହାରିକ ଜ୍ଞାନ ବି ମୁଖ୍ୟ ଭୂମିକା ଗ୍ରହଣ କରିବ । ସେମାନଙ୍କ ବେସିକ୍ ଜ୍ଞାନରୁ ହିଁ ଯେଉଁ ମାର୍କ ମିଳିବ, ସେଥିରୁ ହିଁ  ନିଷ୍ପତି ନିଆଯିବ କି ସେ କେଉଁ ସେବା ଏବଂ କେଉଁ ରାଜ୍ୟକୁ ପଠାଯିବା ପାଇଁ ଯୋଗ୍ୟ ତଥା ଉପଯୁକ୍ତ ।  ବର୍ତ୍ତମାନ ସିଭିଲ୍ ସର୍ଭିସେସରେ ରାଙ୍କ ଆଧାରରେ କ୍ୟାଡର ମିଳୁଛି । ଅଧିକାଂଶ ଟପ୍ପରଙ୍କୁ ସାଧାରଣ ରୂପରେ ଆଇଏଏସ କିମ୍ବା ବଡ ବଡ ରାଜ୍ୟ କ୍ୟାଡର ରୂପରେ ମିଳିଥାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top