ମନୋରଞ୍ଜନ

ପ୍ରଥମ ଥର ସ୍କ୍ରିନ୍ ସେୟାର କରିବେ ଏହି ଦୁଇ ଯୋଡ଼ି

hritik
courtesy: http://www.catchnews.com

ମୁମ୍ୱାଇ: ପ୍ରଥମ ଥର ସ୍କ୍ରିନ୍ ସେୟାର କରୁଛନ୍ତି ଦୀପିକା ପାଦୁକୋଣଙ୍କ ସହ ହ୍ରୀତିକ୍ର ରୋଶନ୍ । ଫିଲ୍ମ ‘ସତ୍ତେ ପେ ସତ୍ତା’ ରିମେକ୍ ରେ ନଜର ଆସିବେ ଏହି ଦୁଇ ଯୋଡି। ଏହି ଫିଲ୍ମରେ ହ୍ରୀତିକ୍ ଙ୍କ ସହ ଦୀପିକା ରୋମାନ୍ସ କରିବାର ଦେଖିବାକୁ ମିଳିବ । ବୁହୁ ଶିଘ୍ର ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଏନେଇ କିଛି ଦିନ ତଳେ ରୋହିତ ସେଟ୍ଟି ଫରାହ ଖାନ୍ ଙ୍କ ସହ ସାକ୍ଷାତ କରି ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ । ରୋହିତ୍ ଫିଲ୍ମଟିକୁ ପ୍ରଡ୍ୟୁସ କରୁଥିବାବଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଫରାହ ଖାନ୍ । ୧୯୮୨ ମସିହାରେ ‘ସତ୍ତେ ପେ ସତ୍ତା’ ଫିଲ୍ମର ଲିଡ୍ ରୋଲରେ ଅମିତାଭ ବଚ୍ଚନଙ୍କ ସହ ଡ୍ରିମ୍ ଗର୍ଲ ହେମାମାଳିନୀ ନଜର ଆସିଥିଲେ । ସେତେବଳେ ଏହି ପିଲ୍ମ ବଲିଉଡ୍ ରେ ବେଶ୍ ନା କମାଇଥିଲା । ଏବଂ ଅମିତାଭ-ହେମାଙ୍କ ଯୋଡିକୁ ମଧ୍ୟ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ ।

hritik

courtesy: http://www.bollywoodcat.com

ଏହି ପିଲ୍ମରେ ଦୀପିକାଙ୍କୁ କାଷ୍ଟ କରିବାର ମୁଖ୍ୟ ଉଦ୍ଦେଶ୍ୟ ଫରାହ ଏବଂ ରୋହିତ ଦୁଇ ଜଣ ଦୀପିକାଙ୍କୁ ଖୁବ୍‌ ପସନ୍ଦ କରନ୍ତି । ଖାଲି ଏତିକି ନୁହେଁ ଦୀପିକା ପାଦୁକୋଣ ଯେତେବେଳେ ବଲିଉଡ୍ ରେ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କ ମଧ୍ୟରେ ହେମାଙ୍କ ଝଲକ ଦେଖିବାକୁ ମିଳିଥିଲା ବୋଲି ବଲିଉଡ୍ ରେ ଚର୍ଚ୍ଚା ଚାଲିଥିଲା । ଫିଲ୍ମର ହିରୋ କାଷ୍ଟରେ ପ୍ରଥମେ ଶାହାରୁଖ ଖାନ୍, ସଲମାନ ଖାନ୍, ଅକ୍ଷୟ କୁମାରଙ୍କ ଭଳି ଅଭିନେତାଙ୍କ ନାମ ଆସିଥିଲା । କିନ୍ତୁ ହ୍ରିତିକ୍ ରୋଶନ୍ ଙ୍କୁ ଏହି ପିଲ୍ମର ହିରୋ ଭାବେ ଗ୍ରିନ୍ ସିଗନାଲ୍ ଦିଆଯାଇସାରିଛି । ଦୀପିକା ଏବଂ ହ୍ରିତିକ୍ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମଟ ସୁଟିଂ ଆରମ୍ଭ ହୋଇସାରିଲାଣି । ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା କେବେ ଏହି ଫିଲ୍ମଟି ପରଦାକୁ ଆସୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top