ଦେଶ

ଅମ୍ଫାନ ଦ୍ୱାରା ପ୍ରଭାବିତ ହୋଇଥିବା ଓଡିଶାର ବିଭିନ୍ନ ସ୍ଥାନ ଆକାଶ ମାର୍ଗରୁ ସମୀକ୍ଷା କରୁଛନ୍ତି ପିଏମ ମୋଦି

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲେ ପିଏମ ମୋଦି । ଆଜି ପଶ୍ଚିମବଙ୍ଗ ଗସ୍ତ ପରେ ଓଡ଼ିଶାରେ ପହଞ୍ଚିଛନ୍ତି ମୋଦି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ ରାଜ୍ୟପାଳ, ସିଏମ  ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ଶଚିବ, ଗୃହ ସଚିବ, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିହାଂର । ବର୍ତ୍ତମାନ ମୋଦି  ବାତ୍ୟା ଅମ୍ଫାନ ଦ୍ୱାରା ପ୍ରଭାବିତ ହୋଇଥିବା ଓଡିଶାର ବିଭିନ୍ନ ସ୍ଥାନ ଆକାଶ ମାର୍ଗରୁ ସମୀକ୍ଷା କରୁଛନ୍ତି ।

ତାଙ୍କ ସହ ଉପସ୍ଥିତ ଅଛନ୍ତି ସିଏମ ନବୀନ ପଟ୍ଟନାୟକ ।  ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର 4 ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳମାନଙ୍କୁ ସମୀକ୍ଷା କରିବେ ନରେନ୍ଦ୍ର ମୋଦି । ବାତ୍ୟାସ୍ଥଳୀ ବୁଲିବା ପରେ 5ଟା ବେଳେ ରାଜ୍ୟ ସରକାରଙ୍କ ସହ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ ମୋଦି । ରାତି 8ଟା 25ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top