ଜୀବନ ମନ୍ତ୍ର

HRDର ନାଁ ଏବେ ଶିକ୍ଷା ମନ୍ତ୍ରାଳୟ, ନୂଆ ଶିକ୍ଷା ନୀତିକୁ ବି ମୋଦିଙ୍କ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାଁ ପରିବର୍ତ୍ତନକୁ ମିଳିଛି କ୍ୟାବିନେଟ ମଞ୍ଜୁରି । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାଁ ଏବେ ଶିକ୍ଷା ମନ୍ତ୍ରାଳୟ ରଖାଯାଇଛି । ଆଜିର ଏହି କ୍ୟାବିନେଟ ବୈଠକରେ ନୂଆ ଶିକ୍ଷା ନୀତି ଉପରେ ବି ଲାଗିଛି ମୋହର । ଏନେଇ ବିସ୍ତୃତ ବିବରଣୀ ସରକାରଙ୍କ ପକ୍ଷରୁ ଆଜି ଅପରାହ୍ନ 4ଟାରେ ଦିଆଯିବ ।

ତେବେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ ମୋହର ମାରିଛି । ଏହାସହ ନୂଆ ଶିକ୍ଷା ନୀତିକୁ ବି ମଞ୍ଜୁରି ମିଳିଛି । ଏବେ ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ଗୋଟିଏ ରେଗୁଲେଟରି ବୋର୍ଡ ରହିବ । ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଥିବା ଅବବ୍ୟସ୍ଥାକୁ ଦୂର କରାଯାଇପାରିବ ।

ଶିକ୍ଷା ମନ୍ତ୍ରାଳୟ ଉଚ୍ଚଶିକ୍ଷା ପାଇଁ ଗୋଟିଏ ରେଗୁଲେଟରି ବୋର୍ଡ ‘ନ୍ୟାସନାଲ ହାୟର ଏଜୁକେସନ ରେଗୁଲେଟରି ଅଥରିଟି (ଏନଏଚଇଆରଏ) ବା ହାୟର ଏଜୁକେସନ କମିଶନ ଅଫ ଇଣ୍ଡିଆ’ କରିବାକୁ ଲକ୍ଷ୍ୟ ରଖିଛି । ରାଷ୍ଟ୍ରୀୟ ଶିକ୍ଷା ନୀତିର ନିର୍ମାଣ 1986ରେ କରାଯାଇଥିଲା । 1992ରେ ଏଥିରେ କିଛି ପରିବର୍ତ୍ତନ ମଧ୍ୟ ହୋଇଥିଲା । ତିନି ଦଶକ ପରେ ବି ଆଉ କୌଣସି ପରିବର୍ତ୍ତନ ହୋଇ ନଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top