ଟିଭି

ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର

ଭୁବନେଶ୍ଵର : ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର। ଝିଅଙ୍କୁ କରୋନା ଭାଇରସ ସହ ତୁଳନା କରି ଏବେ ସମାଲୋଚନାର ଶିକାର ହୋଇଛନ୍ତି ହ୍ୟୁମାନ୍। ଏହି ଗୀତ ପାଇଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ନିକଟରେ ହ୍ୟୁମାନ ସାଗରଙ୍କ ଏକ ଗୀତ ରିଲିଜ୍ ହୋଇଛି। ଏହି ଗୀତରେ ସେ ଝିଅମାନଙ୍କୁ କୋରୋନା ଭାଇରସ୍ ସହ ତୁଳନା କରିଛନ୍ତି। ଯାହାଫଳରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ତାଙ୍କର ଏହି ଗୀତକୁ ନେଇ ସୋସିଆଲ ମିଡିଆରେ ଉଦବେଗ  ପ୍ରକାଶ ପାଇଛି। ନିଜର କ୍ରେଜ ବଢାଇବା ନାଁରେ ତାଙ୍କର ଏଭଳି ଗୀତକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବାରମ୍ବାର ବିବାଦରେ ଆସିବାରେ ହ୍ୟୁମାନଙ୍କର ରେକର୍ଡ ରହିଛି । ଏହାପୂର୍ବରୁ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ଗୀତ ଗାଇ ସେ ବିବାଦ ଘେରକୁ ଆସିଥିଲେ। ଆଉ ଏବେ କରୋନାକୁ ନେଇ ଝିଅଙ୍କ ସହ ତୁଳନା କରି ସେ ବିବାଦରେ ଫସିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top