ରାଜ୍ୟ

ଲୌହ ଦାନବର ରକ୍ତ ଭୋଜି, ଶତାଧିକ ଛେଳି-ମେଣ୍ଢାକୁ ଦଳିଦେଲା ଫାଲୁକନାମା

Ganjam

ଛତ୍ରପୁର: ଶତାଧିକ ଛେଳି ଓ ମେଣ୍ଢାକୁ ଦଳିଦେଲା ଟ୍ରେନ୍‌ । ଫାଲୁକନାମା ଟ୍ରେନ୍‌ ଚାପରେ ଶହେରୁ ଉର୍ଦ୍ଧ୍ୱ ଛେଳି-ମେଣ୍ଢାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି  । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତର ଗୁରାପଲ୍ଲୀ ଗ୍ରାମରେ ।

ଏହି ଗ୍ରାମର ଜି. ଗଣପତି ପାତ୍ର ଓ ଏସ୍ . ଭରତ ପାତ୍ର ନାମକ ଦୁଇ ଛେଳି ଓ ମେଣ୍ଢା ପାଳକ ଛେଳି ଚରାଇବାକୁ ଯାଇଥିବା ବେଳେ ରେଳ ଧାରଣାର ଏକ ପାର୍ଶ୍ୱରେ ଗୋଠ ହୋଇଥିବା ଛେଳି ଓ ମେଣ୍ଢା ହଠାତ ଦୌଡ଼ି ରେଳ ଧାରଣା ଉପରକୁ ପଳାଇ ଆସିଥିଲେ । ସେ ସମୟରେ ଫାଲୁକନାମା ଟ୍ରେନ୍ ଅତିକ୍ରମ କରୁଥିଲା  । ଫଳରେ ଟ୍ରେନ୍ ଧକ୍କାରେ  ଶହେରୁ ଉର୍ଦ୍ଧ୍ୱ ଛେଳି ଓ ମେଣ୍ଢା ମୃତ୍ୟୁବରଣ କରିଛନ୍ତି । ଏହି କ୍ଷତିର ଭରଣ ପାଇଁ ସରକାରୀ ସାହାଯ୍ୟ ନିମନ୍ତେ ନିବେଦନ କରିଛନ୍ତି ଏହି ଦୁଇ ପରିବାର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top