ଅପରାଧ

ବାଲିଆପାଳ ଥାନା ଘେରିଲେ ଶତାଧିକ ଗ୍ରାମବାସୀ

ବାଲେଶ୍ୱର: ଗାଁର 3 ଜଣଙ୍କୁ ପୋଲିସ ଅଟକ ରଖିବା ପ୍ରତିବାଦରେ ଥାନା ଘେରାଉ କଲେ ଶତାଧିକ ଗ୍ରାମବାସୀ । ବାଲିଆପାଳ ଥାନା ଅନ୍ତର୍ଗତ ବାଲିବିଲ ଗ୍ରାମରେ ଗତ ଶୁକ୍ରବାର ରାତିରେ ଚୋରି କରୁଥିବା ସମୟରେ  ଶ୍ୟାମସୁନ୍ଦର ନାମକ ଜଣେ ଯୁବକକୁ ଧରି ନିର୍ଧୁମ ମାଡ଼ ମାରିବା ସହ ପୋଲିସରେ ଜିମା ଦେଇଥିଲେ ଗ୍ରାମବାସୀ ।

ଗୁରୁତର ଅବସ୍ଥାରେ ଶ୍ୟାମସୁନ୍ଦରକୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା  । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ଶ୍ୟାମସୁନ୍ଦରର ଘର ବାଲିଆପାଳ ଥାନା ଅନ୍ତର୍ଗତ ନଇଘାଟି ଗ୍ରାମରେ  । ତେବେ ଏହି ଘଟଣାରେ ବାଲିଆପାଳ ପୋଲିସ  ଗାଁର 3 ଜଣଙ୍କୁ  3 ଦିନ ଧରି ଅଟକ ରଖି ତଦନ୍ତ ଚଳାଇଥିଲା  । ଏହାସହ ଆଜି 3 ଜଣଙ୍କୁ କୋର୍ଟ ଚାଲାଣ କରିବା ପାଇଁ ପ୍ରସ୍ତୁତି ଚଳାଇଥିଲା  । ଖବର ପାଇ ଶତାଧିକ ଗ୍ରାମବାସୀ ଏହାକୁ ବିରୋଧ କରି ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top