ନ୍ୟୁଜ୍

ସ୍ତ୍ରୀକୁ ଅଧା ରାସ୍ତାରେ ଛାଡ଼ି ସ୍ୱାମୀ ହେଲା ଫେରାର

balasore

ବାଲେଶ୍ୱର: ସାତ ଜନ୍ମ ପାଇଁ ସାଥି ହୋଇ ସବୁ ଦୁଃଖ କଷ୍ଟକୁ ଆପୋଣେଇ ସଂସାର କରିବାରେ ବଡ଼ ଭୂମିକା ଥାଏ ସ୍ୱାମୀ ଓ ସ୍ତ୍ରୀର । କିନ୍ତୁ ସ୍ୱାମୀ ଯଦି ଧୋକା ଦେଇ ଅଧା ବାଟରୁ ସ୍ତ୍ରୀର ହାତ ଛାଡିଦିଏ  ତେବେ ଗୋଟିଏ ସ୍ତ୍ରୀକୁ ଆଗକୁ ବଢିବାକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ଗ୍ରାମରେ  ।

ନିଶା ଦ୍ରବ୍ୟ ଖୁଆଇ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ରାସ୍ତା କଡରେ ଫିଗିଂ ଦେଇ ଫେରାର ହୋଇଥିବା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମହିଳା ଜଣଙ୍କ ନିଶାସକ୍ତ ଥିବାରୁ ଠିକ ଭାବରେ କଥାବାର୍ତ୍ତା କରିପାରୁ ନାହାନ୍ତି । ରାସ୍ତା କଡରୁ ମହିଳା ଜଣକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ  ।  ପୋଲିସ ଘଟଣା ସ୍ଥଳରେ ପହଞ୍ଜି ମହିଳାଙ୍କୁ ଡାକ୍ତରୀମାଇନା ପାଇଁ  ଜଳେଶ୍ବର ହସପିଟାଲକୁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top