ନ୍ୟୁଜ୍

କାଠଫାଳିଆରେ ସ୍ତ୍ରୀକୁ ବାଡ଼େଇ ବାଡ଼େଇ ହତ୍ୟା କଲା ଜହ୍ଲାଦ ସ୍ୱାମୀ, କାରଣ ଥିଲା..

MURDER

ମୟୁରଭଞ୍ଜ:  ସ୍ୱାମୀ ନୁହେଁ ତ ଜହ୍ଲାଦ । ସାମାନ୍ୟ ଖାଇବାକୁ ଦେବାରେ ତଥା ତରକାରୀ ଦେବାରେ ବିଳମ୍ବ କରିବାରୁ ସ୍ତ୍ରୀକୁ ଅତି ନିର୍ଦ୍ଦୟ ଭାବେ ବାଡେଇ ବାଡେଇ ହତ୍ୟା କରିଛି ଜହ୍ଲାଦ ସ୍ୱାମୀ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଖଡିକାଶୋଳ ଗ୍ରାମରେ ।

ସାମାନ୍ୟ କଥାରୁ ଜଘନ୍ୟ ହତ୍ୟାକାଣ୍ଡ । ଖଡିକାଶୋଳ ଗ୍ରାମର ଗଦାଧର ଭକ୍ତା ଗତକାଲି ସନ୍ଧ୍ୟା ସମୟରେ ନିକଟସ୍ଥ ହାଟରୁ ଫେରିବା ପରେ ସ୍ତ୍ରୀକୁ ଖାଇବାକୁ ମାଗିଥିଲେ । ସ୍ତ୍ରୀ ଦୁଃଖୀ ଭକ୍ତା ଖାଇବା ନିମନ୍ତେ ବାଢିଥିବାବେଳେ ତରକାରୀ ଦେବାରେ ବିଳମ୍ବ କରିଥିଲା । ଯାହାକୁ ନେଇ ଉତକ୍ଷିପ୍ତ ହୋଇ ଉଠିଥିଲା ଗଦାଧର । ଏକ କାଠ ଫାଳିଆରେ ସ୍ତ୍ରୀ ଦୁଃଖୀର ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲା । କେବଳ ମୁଣ୍ଡ ନୁହେଁ ହାତ ଏବଂ ଗୋଡରେ ଅତି ନିର୍ମମ ଭାବେ ବାଡେଇଥିଲା ଗଦାଧର ।

ଏହା ପରେ ସ୍ତ୍ରୀ ଦୁଃଖୀ ଗୁରୁତର ହୋଇପଡିବାରୁ ତାକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ଉଦଳା ପୋଲିସ୍ ଅଭିଯୁକ୍ତ ସ୍ୱାମୀ ଗଦାଧରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏଭଳି ଏକ ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top