ଦେଶ

ପୋଲିସକୁ କାନ୍ଧରେ ଉଠାଇ କଲେ ପୁଷ୍ପ ବର୍ଷା, ମିଠା ଖୁଆଇ ହାତରେ ରାଖି ବାନ୍ଧିଲେ

police

ହାଇଦ୍ରାବାଦ: ନ୍ୟାୟ ମିଳିଲା ପୀଡିତା ପରିବାରକୁ । ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ପରେ ଜିଅନ୍ତା ଜାଳି ହତ୍ୟା କରିବା ଘଟଣାରେ 4 ଅଭିଯୁକ୍ତଙ୍କୁ ଆଜି ତେଲେଙ୍ଗୋନା ପୋଲିସ୍‌ ଏନକାଉଣ୍ଟର କରି ନ୍ୟାୟ ଦେଇଛି ପୀଡିତା ପରିବାରକୁ ।  ଆଜି ପୋଲିସ ଭୋର ୩ଟା ସମୟରେ ଏନକାଉଣ୍ଟର କରି ମାରିଛି। ଦୁଷ୍କର୍ମ କରିଥିବା  ସ୍ଥାନରେ  4 ଦୁଷ୍କର୍ମକାରୀଙ୍କୁ  ଏନକାଉଣ୍ଙର କରିଛି । ଯାହାକି  ଦେଶର ପ୍ରଥମ ଘଟଣା ହୋଇଛି । ପୋଲିସର ଏଭଳି ପଦକ୍ଷେପ ନେଇ ସାରା ଦେଶବାସୀ ବାଃ  ବାଃ ବାଃ କରୁଛନ୍ତି । ଏନେଇ ସାରା ଦେଶରେ ଉତ୍ସବର ମାଲୋଲ ଖେଳିଯାଇଛି ।  ‘ପୁଲିସ ଜିନ୍ଦାବାଦ’ର ନାରା ଦେଉଛନ୍ତି। ପୋଲିସ ଉପରେ ଫୁଲ ପକାଇଥିଲେ ଲୋକମାନେ। ମୃତ ଡାକ୍ତରଙ୍କ ପଡ଼ୋଶୀ ମଧ୍ୟ ଆଜି ପୋଲିସ ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ବାଣ୍ଟିଛନ୍ତି।

 ସୁଚନାନୁଯାୟୀ ଭୋର ୩ଟା ସମୟରେ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ଆଣିଥିଲା ଶାମସାବଦ୍ ପୁଲିସ୍। ଏହି ସମୟରେ ଅଭିଯୁକ୍ତ ମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା। ସାଇବରାବାଦ ପୁଲିସ୍ କମିଶନର ଭିସି ସଜ୍ଜନର ଙ୍କ ନେତୃତ୍ୱରେ ଏହି ଏନକାଉଣ୍ଟର ହୋଇଥିଲା। ସେହିପରି ଏଭଳି ଏନକାଉଣ୍ଟର ପାଇଁ ତେଲେଙ୍ଗାନା ପୁଲିସକୁ ସାବାସି ଦେଇଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ଡିଜିପି ଶେହସ ପୋଲ୍ ବୈଦ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top