ଅପରାଧ

ଡାକ୍ତର ପ୍ରିୟଙ୍କାଙ୍କ ଅଭିଯୁକ୍ତକାରୀଙ୍କୁ ଡିନରରେ ମିଳିଲା ମଟନ ତରକାରୀ

hyderabad-priyanka

ହାଇଦ୍ରାବଦ: ହାଇଦ୍ରାବାଦର ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ହାଇଦ୍ରାବଦ ନିକଟସ୍ଥ ଚେରାପଲ୍ଲୀର ହାଇ ସିକ୍ୟୁରିଟି ଜେଳ୍‌ରେ ରଖାଯାଇଛି । ଏହି 4 ଅଭିଯୁକ୍ତଙ୍କୁ ଜେଲ୍‌ରେ ମଧ୍ୟାହ୍ନ ଭୋଜନରେ ଭାତ ସହ ଡାଲି ଓ ରାତ୍ର ଭୋଜନରେ ମଟନ ତରକାରୀ ଖାଇବାକୁ ଦିଆଯାଇଥିଲା । ଜେଳ୍‌ର ମେନ୍ୟୁ ହିସାରବରେ ଏମାନଙ୍କୁ ଖାଇବା ପରଷା ଯାଇଥିଲା ।

ଏଠି କହି ରଖୁଛୁଯେ ଏହି 4 ଜଣ ଅଭିଯୁକ୍ତ ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କୁ ଗଣଦୁଷ୍କର୍ମ ପରେ ଜିଅନ୍ତା ଜାଳି ହତ୍ୟା କରିଥିଲେ । 27 ତାରିଖରେ ଅଭିଯୁକ୍ତମାନେ ଏହି ନାରକୀୟକାଣ୍ଡ ଘଟାଇଥିଲେ । ସକାଳେ ଯୁବ ମହିଳା ଡାକ୍ତରଙ୍କ ଜଳନ୍ତା ଡେଡ ବଡି ମିଳିଥିଲା । ପ୍ରିୟଙ୍କା ରେଡ୍ଡିଙ୍କୁ ନ୍ୟାୟ ଦେବା ନେଇ ଏବେ ଦେଶ ସାରା ହରତାଳ ଲାଗିରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top